୭ ମାସର ଗର୍ଭବତୀ ଥାଇ ଆକ୍ସନ କରୁଛନ୍ତି ଦୀପିକା

Jul 17, 2026 - 14:34
୭ ମାସର ଗର୍ଭବତୀ ଥାଇ ଆକ୍ସନ କରୁଛନ୍ତି ଦୀପିକା

ବଲିଉଡ ହେଉ କି ହଲିଉଡ ଆଜିର ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ମଧ୍ୟ ଅତ୍ୟନ୍ତ ସମର୍ପିତ ହୋଇ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଦୀପିକା ପାଦୁକୋନ। ସେ ୭ ମାସର ଗର୍ଭବତୀ ଥାଇ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ ‘ରାକା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିର୍ଦ୍ଧାରିତ ସମୟରେ ଫିଲ୍ମ ଶୁଟିଂ ସାରିବାକୁ ସେ ଦିନକୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି। କେବଳ ଏତିକି ନୁହେଁ, କଷ୍ଟକର ଆକ୍ସନ ସିକ୍ୱେନ୍ସ ଶୁଟିଂ ମଧ୍ୟ କରୁଛନ୍ତି। ମାତୃତ୍ୱ ଛୁଟି ନେବା ପୂର୍ବରୁ ସେ ଏହି ପ୍ରୋଜେକ୍ଟକୁ ସମାପ୍ତ କରିବାରେ ଲାଗିପଡ଼ିଛନ୍ତି।
’ରାକା’ ହେଉଛି ଆଟଲିଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ ଫିଲ୍ମ। ଏଥିରେ ଆଲୁ ଅର୍ଜୁନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଛନ୍ତି। ‘ରାକା’କୁ ୨୦୨୭ରେ ସବୁଠାରୁ ପ୍ରତୀକ୍ଷିତ ଥିଏଟର ରିଲିଜ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।