Welcome!

Unlock your personalized experience.
Sign Up

୬ ଦେଶର ପ୍ରଥମ ପସନ୍ଦ ଥିଲା ଭାରତର ସ୍ୱଦେଶୀ BVR କ୍ଷେପଣାସ୍ତ୍ର, ଚୀନ୍‌ର PL-15 କୁ ବି ଛାଡିଲା ପଛରେ

Jul 20, 2026 - 18:07
୬ ଦେଶର ପ୍ରଥମ ପସନ୍ଦ ଥିଲା ଭାରତର ସ୍ୱଦେଶୀ BVR କ୍ଷେପଣାସ୍ତ୍ର, ଚୀନ୍‌ର PL-15 କୁ ବି ଛାଡିଲା ପଛରେ

ନୂଆଦିଲ୍ଲୀ,୨୦।୭: ଭାରତୀୟ ବାୟୁସେନାରେ ସାମିଲ ସ୍ବଦେଶୀ ଅସ୍ତ୍ର ‘ବିୟଣ୍ଡ ଭିଜୁଆଲ ରେଞ୍ଜ’ (ବିଭିଆର) ଏୟାର-ଟୁ-ଏୟାର ମିସାଇଲ ଏବେ ଦୁନିଆର ପ୍ରଥମ ପସନ୍ଦ ପାଲଟିଛି। ନିକଟରେ ‘ଅପ​‌ରେସନ୍ ସିନ୍ଦୂର’ ରେ ନିଜର ମାରକ କ୍ଷମତା ପ୍ରମାଣିତ କରିବା ପରେ, ଅସ୍ତ୍ର ମିସାଇଲ କିଣିବା ପାଇଁ ଦୁନିଆର ୬ ଦେଶ ରୁଚି ଦେଖାଇଛନ୍ତି। ସୁତ୍ର ଅନୁସାରେ,ନିକଟରେ ଭାରତରେ ଇଣ୍ଡୋନେସିଆ ସହ ଏହି ମିସାଇଲକୁ ନେଇ ଏକ ଚୁକ୍ତି କରାଯାଇଛି। ଏହାଛଡା ଆର୍ମେନିଆ ଓ ସାଉଦି ଆରବ ସହିତ ମୋଟ ୬ ଦେଶ ଏହି ମିସାଇଲକୁ ନିଜ ବାୟୁସେନାରେ ସାମିଲ କରିବା ପାଇଁ ଭାରତ ସହ ଆଲୋଚନା କରୁଛି।

ଆର୍ମେନିଆ: ଆର୍ମେନିଆ ପୂର୍ବରୁ ହିଁ ଭାରତଠାରୁ ଆକାଶ ମିସାଇଲ, ପିନାକ ରକେଟ୍ ସିଷ୍ଟମ ଓ ସ୍ବାତି ରାଡାର ଭଳି ହତିଆର କିଣି ସାରିଛି। ଏବେ ସେ ନିଜର Su-30SM ଯୁଦ୍ଧ ବିମାନରେ ଅସ୍ତ୍ର ମିସାଇଲକୁ ଇଣ୍ଟିଗେଟ୍‌ କରିବା ପାଇଁ ଆଲୋଚନାରଯ ଅନ୍ତିମ ପର୍ଯ୍ୟାୟରେ ରହିଛି।

ସାଉଦି ଆରବ: ସାଉଦି ଆରବ ନିଜର ରୟାର ଏୟାରଫୋର୍ସ ଏଫ୍-୧୫ ଓ ୟୁରୋ ଫାଇଟର ଟାଇଫୁନ୍ ବିମାନ ସହ ‘ଅସ୍ତ୍ର’ ମିସାଇଲକୁ ଯୋଡିବାର ସମ୍ଭାବନା ଉପରେ ଭାରତ ସହ ଚର୍ଚ୍ଚା କରୁଛି।

କାହିଁକି ଅସ୍ତ୍ର ମିସାଇଲ ଏତେ ଖାସ୍ ?

ଅସ୍ତ୍ର ମିସାଇଲ୍‌ ବହୁ ମାମଲାରେ ଚୀନ୍‌ର PL-15 ମିସାଇଲଠାରୁ ଭଲ। ଏହାର ସବୁଠାରୁ ବଡ ଶକ୍ତି ହେଉଛି ଏହା ଖୁବ୍ ସୁଲଭ। ବିଶ୍ବସ୍ତରରେ ଏହି ଉପଲବ୍ଧତା ସମାନ ଶ୍ରେଣୀର ମିସାଇଲ ତୁଳନାରେ ୭୦% ପର୍ଯ୍ୟନ୍ତ ଶସ୍ତା ରହିଛି। ଏହି ମିସାଇଲର ମାରକ କ୍ଷମତା Mach 4.5 ଗତି ସହ ଆକ୍ରମଣ କରିଥାଏ। ଏହାର ମାରକ କ୍ଷମତା ୮୦ ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ​‌ ସଂଗଠନ (ଡିଆରଡିଓ) ଏହାର MK-2 ଭର୍ସନର ମଧ୍ୟଳ ସଫଳ ପରୀକ୍ଷଣ କରିଛି, ଯାହାକି ୨୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ରହିଛି। ଭବିଷ୍ୟତରେ MK-3 ଭର୍ସନ ବିଷୟରେ କାମ ଚାଲିଛି, ଯାହାର ରେଞ୍ଜ ୩୦୦ କିଲୋମିଟରଠାରୁ ଅଧିକ ହେବ।

ଉତ୍ପାଦନ ବଢାଇବା ପାଇଁ ଘରୋଇ କ୍ଷେତ୍ରରେ ଏଣ୍ଟ୍ରି

ଅସ୍ତ୍ର କ୍ଷେପଣାସ୍ତ୍ରର ବର୍ଦ୍ଧିତ ଆନ୍ତର୍ଜାତୀୟ ଚାହିଦାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏବେ ଏହାର ଉତ୍ପାଦନରେ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ, ଉତ୍ପାଦନ କେବଳ ଭାରତ ଡାଇନାମିକ୍ସ ଲିମିଟେଡ୍ (BDL) ଦ୍ୱାରା କରାଯାଉଥିଲା, କିନ୍ତୁ ଉତ୍ପାଦନ କ୍ଷମତାକୁ ବିସ୍ତାର କରି, ଭାରତ ସମୟସୀମା ମଧ୍ୟରେ ଏହାର ଘରୋଇ ଆବଶ୍ୟକତା ଏବଂ ବିଦେଶୀ ଅର୍ଡର ଉଭୟକୁ ପୂରଣ କରିବାକୁ ପ୍ରସ୍ତୁତ ହେଉଛି। ଭାରତର ଏହି ସଫଳତା ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ର ବଡ ଉପଲବ୍ଧି ବୋଲି କୁହାଯାଉଛି, ଯାହାକି ବିଶ୍ବ ହତିଆର  ବଜାରରେ ଭାରତର ସ୍ଥିତି ଆହୁରି ମଜବୁତ କରିବ।

ଆହୁରି ପଢନ୍ତୁ : China's New AI Policy : ଚୀନ୍ ସରକାର ନେଲେ ବଡ଼ ନିଷ୍ପତ୍ତି, ଏବେ ଚାଟବଟ୍ କରିପାରିବନି ଭଲ ପାଇବାର କଥା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।