୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର ଦାମ, ଜାଣନ୍ତୁ କେଉଁ ସହରରେ କେତେ କମିଲା…
ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ହୋଟେଲ, ରେଷ୍ଟୁରାଷ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହ୍ରାସ କରିଛନ୍ତି। ଇରାନ ଯୁଦ୍ଧ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ଗ୍ୟାସ ଦର ପରେ ଏହା ଦ୍ୱିତୀୟ ବଡ଼ ଆଶ୍ୱସ୍ତିଜନକ ନିଷ୍ପତ୍ତି ଅଟେ। ତଥାପି, ଘରୋଇ ଉପଭୋକ୍ତାମାନଙ୍କୁ ବର୍ତ୍ତମାନ ପାଇଁ କୌଣସି ଆଶ୍ୱସ୍ତି ମିଳି ନାହିଁ, କାରଣ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
କେନ୍ଦ୍ର ସରକାର ଶନିବାର ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ ଘୋଷଣା କରିଛନ୍ତି। ନୂତନ ଦର ଅନୁଯାୟୀ, ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ୨୦୨ ଟଙ୍କା ଶସ୍ତା ହୋଇଯାଇଥିବାବେଳେ କୋଲକାତାରେ ଏହାର ମୂଲ୍ୟ ୨୦୯ ଟଙ୍କା କମ୍ କରାଯାଇଛି। ନୂତନ ଦରଗୁଡ଼ିକ ତତକ୍ଷଣାତ୍ ପ୍ରଭାବରୁ କାର୍ଯ୍ୟକାରୀ ହୋଇଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।