୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା ମହା ଆଡମ୍ବରରେ ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ଏହା ଧୂମଧାମରେ ପାଳିତ ହୋଇ ଆସୁଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଯଥା ରୀତିନୀତି ଅନୁସାରେ ଏହି ପ୍ରସିଦ୍ଧ ରଥଯାତ୍ରା ପାଳନ ହେଉଅଛି । ଏଥିପାଇଁ ରଥ ନିର୍ବାଣ କାର୍ଯ୍ୟ ସୋମବାର ଠାରୁ ଆରମ୍ଭ ହୋଇଛି । ବିଶିଷ୍ଟ ବ୍ୟବସାୟୀ ତଥା ଜଗନ୍ନାଥ ମନ୍ଦିର ପରିଚାଳନା ମୁଖ୍ୟ କାଙ୍ଗା ପଲାଇଙ୍କ ତତ୍ତ୍ୱାବଧାନରେ ଶିଳ୍ପୀ ସଞ୍ଜୟ କୁମାର ଗୌଡ଼ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତିl ତାଙ୍କୁ ସହଯୋଗ କରୁଛନ୍ତି ସମାଜସେବୀ ଶଙ୍କର ପଟ୍ଟନାୟକ । ବର୍ଷକୁ ଥରେ ଅନୁଷ୍ଠିତ ଏହି ଗୁଣ୍ଡିଚା ଯାତ୍ରା ପାଇଁ ଗଞ୍ଜାମ ସହର ଚଳଚଞ୍ଚଳ ହୋଇ ଉଠିଛି । ଜଗନ୍ନାଥଙ୍କ ପୂଜକ କାଳୁଚରଣ ଶତପଥୀ, ବରିଷ୍ଠ ସେବାୟତ ପ୍ରଭାକର ପାଣିଗ୍ରାହୀ,ବିଜୟ ପାଣିଗ୍ରାହୀ, ପ୍ରକାଶ ପାରିଛା,ବା ଦୀପକ ପଣ୍ଡା, ଯୁବ ସେବାୟତ ଅସ୍ମିତ ପଣ୍ଡା, ପପୁ ପଣ୍ଡା, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ସେବାୟତ ସହଯୋଗ କରୁଛନ୍ତି ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।