ହୀରାକୁଦ ର ୨୨ ଟି ଗେଟ ଦେଇ ଜଳ ନିଷ୍କାସନ

Aug 01, 2026 - 11:50
ହୀରାକୁଦ ର ୨୨ ଟି ଗେଟ ଦେଇ ଜଳ ନିଷ୍କାସନ

ଭୁବନେଶ୍ୱର : ଉପରମୁଣ୍ଡରେ ଲଗାଣ ବର୍ଷ ଯୋଗୁଁ ହୀରାକୁଦ ଡ୍ୟାମରୁ ପର୍ଯ୍ୟାୟ କ୍ରମେ ୨୨ଟି ଗେଟ ଖୋଲାଯାଇଛି ଇ ପ୍ରଥମେ ୨ଟି ଗେଟ ଦେଇ ଜଳ ନିଷ୍କାସନ ହୋଇଥିବାବେଳେ ଗତକାଲି ୨ଟି ପର୍ଯ୍ୟାୟରେ ସମୁଦାୟ ଆଉ ୨୦ ଟି ଗେଟ ଖୋଲାଯାଇଛି । 

ହୀରାକୁଦକୁ ଇନଫ୍ଲୋ ବଢୁଥିବାରୁ ଖୋଲାଯାଇଛି ଅଧିକ ଗେଟ୍ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଉପର ମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ପାଣି ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ ପାଣି ଛଡ଼ା ଯାଉଛି । ହୀରାକୁଦ ଜଳସ୍ତର ୬୨୫.୪୭ ଫୁଟରେ ପହଂଚିଛି । ଜଳଭଣ୍ଡାରର ଇନଫ୍ଲୋ , ଆଉଟ ଫ୍ଲୋ ସମାନ ରହିଛି । ହୀରାକୁଦ ପାଣି ଆସିଲେ ଖଇରମାଳରେ ପ୍ରାୟ ସାଢ଼େ ୭ ଲକ୍ଷ ପାଣି ପ୍ରବାହିତ ହେବ । ହୀରାକୁଦରୁ ଛଡ଼ାଯାଉଥିବା ପାଣି ସେଠାରେ ପହଞ୍ଚିବା ପରେ ମୋଟ୍ ପ୍ରବାହ ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକରେ ପହଞ୍ଚିବାର ଆକଳନ କରାଯାଇଛି । ମହାନଦୀ ଅବବାହିକା ଓ ତଳିଆ ଅଞ୍ଚଳ ଉପରେ ନଜର ରହିଛି । ଏବେ ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୫.୪୭ ଫୁଟ୍ ରହିଛି ।  ସେପଟେ,ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା କମି ନଥିବାରୁ IMD  ନିଷ୍ପତ୍ତି ଅନୁସାରେ ଅଧିକ ଗେଟ ଖୋଲାଯାଇପାରେ । 

ତେବେ ଉପର ମୁଣ୍ଡରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଥିବାରୁ ଡ୍ୟାମ କର୍ତୃପକ୍ଷ ସଜାଗ ଅଛନ୍ତି । ହୀରାକୁଦ ପାଣି ଛାଡ଼ିବା ଯୋଗୁଁ ସମ୍ବଲପୁର ସୋନପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ ମୁଣ୍ଡଳୀ ବ୍ୟାରେଜ ର ମୁଖ୍ୟଯନ୍ତ୍ରୀଙ୍କ ସୂଚନାନୁସାରେ, ମୁଣ୍ଡଳୀରେ ବନ୍ୟାଜଳ ୮ଲକ୍ଷ ଭିତରେ ରହିବ । ବର୍ତ୍ତମାନ ମୁଣ୍ଡଳୀ ଜଳସ୍ତର କାମୁଛି । ୭ଲକ୍ଷ କ୍ୟୁସେକ ଜଳ ପବହିତ ହେଉଛି । ହୀରାକୁଦ ପାଣି ଆସିବାକୁ ଆହୁରି ୧୨-୧୪ ଘଣ୍ଟା ରହିଛି । ସେତେବେଳେ ମୁଣ୍ଡଳୀ ଜଳସ୍ତର ସାଢେ ୫ ଲକ୍ଷ ଭିତରେ ରହିବ    ।               

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।