ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

Jul 13, 2026 - 22:16
ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା ଜଣାପଡ଼ିଛି। ଏଥର ମିଶନ ଶକ୍ତି ବିଭାଗରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପଶିଥିଲା। କିନ୍ତୁ କୌଣସି ବିଭାଗୀୟ ଅଧିକାରୀଙ୍କୁ ନ ପାଇ ଫେରି ଯାଇଥିବା ଜଣାପଡିଛି।
ସୂଚନାରୁ ଜଣାଯାଇଛି ଯେ, ମିଶନ ଶକ୍ତି ବିଭାଗ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଗ୍ରୁପ ଲୋନରେ ଅନିୟମିତତା ହୋଇଛି। ଏଥିରେ ୧୨ ଲକ୍ଷର ଋଣ ଟଙ୍କା ମହିଳାଙ୍କ ଗ୍ରୁପ ବ୍ୟାଙ୍କ ଏକାଉଣ୍ଟକୁ ନଯାଇ ଜଣେ କର୍ମକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଅଭିଯୋଗ ହୋଇଛି। ସେହିପରି ହାବଳେଶ୍ୱର ପଞ୍ଚାୟତସ୍ତରୀୟ ମହାସଂଘରୁ ଦୁଇ ଲକ୍ଷ ଟଙ୍କା ମେଡିକାଲ ଖର୍ଚ୍ଚ ଉଠାଯାଇଛି। ଗତ ୨୦୨୨ରେ ଶାୀ କିଣିବା ପାଇଁ ୩୦ ହଜାର ଟଙ୍କା ଉଠାଯାଇ ହେରଫେର କରାଯାଇଛି। ମିଶନ ଶକ୍ତି କାଫେ ପାଇଁ ବେନିୟମ ଭାବେ ୫୦ ହଜାର ୭୦୦ ଟଙ୍କା ଉଠାଇ ନିଆଯାଇଛି ବୋଲି ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି l ଏହାର ତଦନ୍ତ ପାଇଁ କେନ୍ଦୁଝର ଭିଜିଲାନ୍ସ ବିଭାଗର ଦୁଇ ଅଧିକାରୀ ବ୍ଲକରେ ପହଞ୍ଚିଥିଲେ l କିନ୍ତୁ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ଫେରିଯାଇଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ବିଡ଼ିଓ ରଞ୍ଜନ ପରିଡା କହିଛନ୍ତି ଯେ ମୁଁ ଟ୍ରେନିଂରେ ଥିବାରୁ ଭିଜିଲାନ୍ସ ଆସିଥିବା ବାବଦରେ ମୁଁ ଜାଣିନି l

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।