ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

Jul 29, 2026 - 12:37
ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ ଲୋକ ସଭାରେ ଆଣ୍ଟି ପେପର ଲିକ୍‌ ବିଲ ଉପରେ ଆଲୋଚନା ଚାଲିଥିଲା ଏବଂ ବିରୋଧୀଙ୍କ ହଙ୍ଗାମା କାରଣରୁ ସଦନର କାର୍ଯ୍ୟାନୁଷ୍ଠାନ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ଡୋଭାଲ ସଂସଦରେ ପହଞ୍ଚିବା କ୍ଷଣି ବିଭିନ୍ନ ପ୍ରକାରର ଆକଳନ କରାଯିବାକୁ ଲାଗିଲା। ଏପରି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲା ଯେ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରସଙ୍ଗରେ ମନ୍ତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଆସିଛନ୍ତି କିମ୍ବା କୌଣସି ସମ୍ବେଦନଶୀଳ ମାମଲାକୁ ନେଇ କୌଣସି ବୈଠକ ହେବାକୁ ଯାଉଛି। ତଥାପି, ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଜିତ ଡୋଭାଲଙ୍କ ସଂସଦରେ ପହଞ୍ଚିବା ଏକ ସମ୍ପୂର୍ଣ୍ଣ ରୁଟିନ ଭିଜିଟ (ନିୟମିତ ଗସ୍ତ) ଥିଲା। ତାଙ୍କର ଏହି ଗସ୍ତ କୌଣସି ଜରୁରୀକାଳୀନ ବୈଠକ ସହିତ ଜଡ଼ିତ ନଥିଲା।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।