ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ଆଇଏଫଏସ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ
ଭୁବନେଶ୍ୱର,୦୨/୦୮; ଏସସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଆକ୍ସନ । ଆଇଏଫଏସ ଅଧିକାରୀ ତଥା ତତ୍କାଳନୀ ଡିଏଫଓ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ । ସେତେବେଳେ ଗଜପତି ଡିଏଫଓ ଥିଲେ ସଂଗ୍ରାମ ବେହେରା । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଥିଲେ ସଂଗ୍ରାମ । ବର୍ତ୍ତମାନ ସେ ଓଏଫଡିସିର ନିର୍ଦ୍ଦେଶକ ଥିଲେ ସଂଗ୍ରାମ ବେହେରା । ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସଂଗ୍ରାମ ବେହେରା, ଯେତେବେଳେ ପୂର୍ବରୁ ଗଜପତିର ଡିଏଫଓ ଭାବରେ କାର୍ଯ୍ୟ କରୁଥିଲେ, ସେ ୨୦୨୧ ମସିହାରେ ପାରଳାଖେମୁଣ୍ଡି ବନ ବିଭାଗର ପୂର୍ବତନ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।