ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

Jul 23, 2026 - 21:10
ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଭାବେ ଶ୍ରେୟସ ଆୟାରଙ୍କ ଲାଗି ଏହା ପ୍ରଥମ ବିଜୟ।

ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ୧୫ ବର୍ଷ ଓ ୧୧୮ ଦିନ ବୟସରେ ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ଭାରତର ମହାନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର(୧୬ ବର୍ଷ ଓ ୨୧୩ ଦିନ)ଙ୍କ ନାମରେ ଥିଲା।

ପାଇ ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ଆରମ୍ଭରୁ ଭାରତୀୟ ବୋଲରଙ୍କ ସମ୍ମୁଖରେ ସଂଘର୍ଷ କରିଥିଲା। ଏପରି କି ଦଳ ୧୩.୧ ଓଭର ସୁଦ୍ଧା ୫ ଉଇକେଟ ହରାଇ ୬୪ ରନ କରିଥିଲା। ଏହାପରେ ଓ୍ବେସଲି ମାଧେଭେରେ (୩୯ ରନ, ୩ ଚୌକା ଓ ୨ ଛକା) ଓ ତାଦିଓ୍ବାନଶି ମାରୁମାନି (୨୭ ରନ, ୨ ଚୌକା ଓ ୧ ଛକା) ଷଷ୍ଠ ଉଇକେଟରେ ୫୮ ରନ ଯୋଡ଼ିଥିଲେ। ଫଳରେ ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୫ ରନ କରିଥିଲା।

ଭାରତ ପକ୍ଷରୁ ମୟଙ୍କ ଯାଦବ ଓ ପ୍ରିନ୍ସ ଯାଦବ ୨ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାରତ ଆରମ୍ଭରୁ ଅଭିଷେକ ଶର୍ମା (୧)ଙ୍କ ଉଇକେଟ ହରାଇଥିବା ବେଳେ ସୂର୍ଯ୍ୟବଂଶୀ ଦଳକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ସେ ୧୮ ବଲରେ ୪ ଲେଖାଏ ଚୌକା ଓ ଛକା ସହ ଅର୍ଦ୍ଧଶତକ ପୂରଣ କରିବା ପରେ ପାଭିଲିଅନ ଫେରିଥିଲେ। ଏହାପରେ ଇଶାନ କିଶନଙ୍କ ସହ ଅଧିନାୟକ ଶ୍ରେୟସ ଆୟାର ତୃତୀୟ ଉଇକେଟରେ ୪୬ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ଭାରତ ୧୩.୨ ଓଭରରେ ୩ ଉଇକେଟ ହରାଇ ୧୨୬ ରନ କରି ମ୍ୟାଚ୍‌ ବିଜୟ ହୋଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।