ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…
ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଗଞ୍ଜାମ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହି ସହିତ ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲାପାଳ ଏବଂ ଗଞ୍ଜାମ ଅବକାରୀ ଅଧୀକ୍ଷକଙ୍କୁ ଭେଟି ପ୍ରଦାନ କରିଛନ୍ତି। ଉକ୍ତ ଦେଶୀ ମଦଭାଟି ଖୋଲାଯାଏ ତେବେ ଅଞ୍ଚଳବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହିତ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବ। ଏନେଇ ପୂର୍ବରୁ ମଧ୍ୟ ଅଞ୍ଚଳବାସୀ ଜିଲା ପ୍ରସାଶନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ୨୦୨୨ରୁ ଏହି ମଦଭାଟି ବନ୍ଦ ହେବା ଯୋଗୁ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରି ପାଇଥିଲା। ଏଣୁ ପନଃ ଦେଶୀ ମଦଭାଟିଟି ଏଠାରେ ଖୋଲିଲେ ଅଞ୍ଚଳବାସୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ। ଜନସ୍ବାର୍ଥ ଓ ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପୁନଃର୍ବାର ଏହାକୁ ଚାଲୁ କରିବା ପାଇଁ ପ୍ରୟାସ କରୁଥିବା ଉକ୍ତ ଦେଶୀ ମଦଭାଟିକୁ ଅନୁମତି ନ ଦିଆଯାଉ ଏବଂ ଏହାକୁ ସ୍ଥାୟୀ ଭାବରେ ବନ୍ଦ ରଖିବା ନିମନ୍ତେ ସେମାନେ ଦାବି କରିଛନ୍ତି।
ଏହି ଦାବିପତ୍ର ପ୍ରଦାନ ବେଳେ ଅଗସ୍ତି ନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପି. ସିମାଦ୍ରୀ, ପି. ଏରେମ୍ମା, ଏ. ଭାନୁ, ଡି. ଏରେମ୍ମା, ପି. କାମନ୍ନାଙ୍କ ସମେତ ବହୁ ପୁରୁଷ ଏବଂ ମହିଳା ଉପସ୍ଥିତ ଥିଲେ।
ଅଞ୍ଚଳରେ ମଦଭାଟି ହେଲେ ଚୋରି ଡକାୟତ, ରାହାଜାନି ଗୁଣ୍ଡାଗର୍ଦ୍ଦି , ନାରି ନିର୍ଯାତନା ପରି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିଲା ଏବଂ ଏହି ବିଶାକ୍ତ ପୋଚ୍ ପାଣିକୁ ପିଇ ଗୃହପାଳିତ ପଶୁ ମଧ୍ୟ ରୋଗ ଯୋଗୁ ମୃତ୍ୟୁବରଣ କରିଥିବା ନଜିର ରହିଛି। ଏହାର କୁପ୍ରଭାବ ସିଧାସଳଖ ଭାବରେ ସ୍ଥାନୀୟ ଗ୍ରାମବାସୀ ଓ ଏହି ରାସ୍ତାରେ ଯାତାୟାତ କରୁଥିବା ଛାତ୍ରୀଛାତ୍ର, କର୍ମଜୀବୀ ମହିଳାଙ୍କ ଉପରେ ପଡ଼ିଥାଏ। ଏଥିସହିତ ଗ୍ରାମରେ ଅଶାନ୍ତି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଉକ୍ତ ମଦଭାଟିରୁ ନିର୍ଗତ ହେଉଥିବା ଦୁର୍ଗନ୍ଧଯୁକ୍ତ ଜୈବିକ ଗ୍ୟାସ ଏବଂ ବର୍ଜ୍ୟପାଣି ଯୋଗୁ ଗ୍ରାମର ପରିବେଶ ଦୂଷିତ ହୋଇଥିବାର ଅଭିଯୋଗ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।