ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

Jul 03, 2026 - 11:47
ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ ଛାତ୍ରୀଛାତ୍ରମାନେ ସବୁଜ ଭବିଷ୍ୟତ ପାଇଁ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ବନ ସପ୍ତାହ ପାଳନ ଅବସରରେ ସ୍କୁଲ ସବୁଜ ବାହିନୀ ପକ୍ଷରୁ ଏକ ପେଡ୍‌ ମା’ କେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଔଷଧୀୟ ଚାରା ସହିତ ଫୁଲ ଫଳ ଚାରା ରୋପଣ କରାଯାଇଛି। ପ୍ରଧାନଶିକ୍ଷକ ସୁନ୍ଦର ମୋହନ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଜଳବାୟୁ ପରିବର୍ତ୍ତନରେ ସବୁଜ ବନାନୀ ଜଙ୍ଗଲର କି କି ଭୂମିକା ରହିଛି ତାହା ଉପରେ ଏକ ତର୍କ, ପ୍ରବନ୍ଧ ଓ କବିତା ଆବୃତ୍ତି ପ୍ରତିଯୋଗିତା ହୋଇଥିଲା। ଅପରପକ୍ଷରେ ବିଦ୍ୟାଳୟ ପରିସର ମଧ୍ୟରେ ସବୁଜ ବନାନୀ ସୃଷ୍ଟି ହେବ। ସବୁଜ ଭବିଷ୍ୟତ ପାଇଁ ଛାତ୍ରୀଛାତ୍ରମାନେ ଶପଥ ଗ୍ରହଣ କରିଥିଲେ। ରୋପିତ ଚାରାଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ସାମାଜିକ ଦାୟିତ୍ୱ ନିର୍ବାହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ରୀଛାତ୍ର, କମିଟି ସଭାପତି ମନୁ ଚରଣ ଦାସ, ସତ୍ୟ ପ୍ରକାଶ ଯେନା, ଆଲୋକ କର ଓ ସ୍କୁଲ ସବୁଜ ବାହିନୀ କ୍ୟାବିନେଟ୍‌ ମୁଖ୍ୟମନ୍ତ୍ରୀ ସୋମ ପ୍ରକାଶ ଦାସ, ପରିବେଶ ମନ୍ତ୍ରୀ ସାଇ ଶ୍ରୀମାନ ବାରିକ, ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ମଧ୍ୟରେ ବିପିନ ବିହାରୀ ପ୍ରଧାନ, କବୀର ଚନ୍ଦ୍ର ମଲିକ, ବିକାଶ ପଟ୍ଟନାୟକ, ସଂଘମିତ୍ରା ସାହୁ, କ୍ଲଷ୍ଟର ସିଆର୍‌ସିସି ଅଶୋକ କୁମାର ମହାରାଜ ଉପସ୍ଥିତ ରହି ବୃକ୍ଷରୋପଣ ଓ ଏହାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

Dharitri – Odisha’s No.1 Odia Daily