‘ସଂସଦ ଚଲୋ’ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିଚାର୍ଜ

Jul 20, 2026 - 14:54
‘ସଂସଦ ଚଲୋ’ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୨୦ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ସୋମବାର ଧାରଣା ଦିଆଯାଇଥିଲା। ଏହି ଅବସରରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ ଯନ୍ତରମନ୍ତରରୁ ପାର୍ଲାମେଣ୍ଟ ପଦଯାତ୍ରା ବା ‘ସଂସଦ ଚଲୋ’କରିବାକୁ ଘୋଷଣା କରିଥିଲେ। ନେଇ ସିଜେପି ସମର୍ଥକମାନେ ‘ସଂସଦ ଚଲୋ’ ପଦଯାତ୍ରା ବାହାରିଥିବା ବେଳେ ସିଜେପି ବିକ୍ଷୋଭକାରୀଙ୍କ ଉପରେ ରାପିଡ ଆକ୍ସନ ଫୋର୍ସ ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ଅନ୍ୟପକ୍ଷେ ସଂସଦର କିଛି ପ୍ରବେଶ ପଥକୁ ସୁରକ୍ଷା ଦୃଷ୍ଟିକୁ ବନ୍ଦ କରାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।