ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!
ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଶ୍ରୀଲଙ୍କା ବିପକ୍ଷ ଏହି ସିରଜରେ ରବୀନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏଭଳି ୩ ଜଣ ଖେଳାଳି ଅଛନ୍ତି, ଯେଉଁମାନଙ୍କର ଟେଷ୍ଟ ଦଳରେ ସ୍ଥାନ ପକ୍କା ଲାଗୁନାହିଁ ଏବଂ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ଯଦି ସେମାନେ ନିଜକୁ ପ୍ରମାଣ କରିପାରିବେ ନାହିଁ, ତେବେ ଟିମ ଇଣ୍ଡିଆର ସ୍କୱାଡ୍ରୁ ବାହାରି ଯାଇପାରନ୍ତି।
ପ୍ରସିଦ୍ଧ କ୍ରିଷ୍ଣା ଆଫଗାନିସ୍ତାନ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ତିନୋଟି ଉଇକେଟ୍ ଅକ୍ତିଆର କରିଥିଲେ। ପ୍ରସିଦ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ୭ଟି ଟେଷ୍ଟ ଖେଳିଛନ୍ତି ଏବଂ ୨୫ଟି ଉଇକେଟ୍ ନେଇଛନ୍ତି। ତାଙ୍କର ରେକର୍ଡ ସେତେଟା ବିଶେଷ ଭଲ ନାହିଁ ଏବଂ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ପାଖରେ ନିଜକୁ ପ୍ରମାଣ କରିବାର ଶେଷ ସୁଯୋଗ ରହିଛି। ଯଦି ସେ ବିଫଳ ହୁଅନ୍ତି, ତେବେ ସିଲେକ୍ଟରମାନେ ଅନ୍ୟ କୌଣସି ବୋଲରଙ୍କୁ ସୁଯୋଗ ଦେଇପାରନ୍ତି।
କୁଲଦୀପ ଯାଦବ ଟି-୨୦ ଅନ୍ତର୍ଜାତୀୟ ଦଳରୁ ବାହାରି ଯାଇଛନ୍ତି ଏବଂ ଦିନିକିଆରେ ତାଙ୍କୁ ସୁଯୋଗ ଦିଆଯାଉ ନାହିଁ। ରବୀନ୍ଦ୍ର ଜାଡେଜା ହେଉଛନ୍ତି ଦଳର ମୁଖ୍ୟ ସ୍ପିନର୍ ଏବଂ ଏବେ ମାନବ ସୁଥାରଙ୍କୁ ସୁଯୋଗ ଦିଆଯାଉଛି। ଦଳ ଯୁବ ବୋଲରମାନଙ୍କ ଉପରେ ଫୋକସ କରୁଛି। କୁଲଦୀପ ତାଙ୍କର ପୂର୍ବ ଟେଷ୍ଟରେ ତିନୋଟି ଉଇକେଟ୍ ନେଇଥିଲେ। ଯଦି କୁଲଦୀପ ଯାଦବ ଶ୍ରୀଲଙ୍କା ଗସ୍ତରେ ଉଇକେଟ୍ ନ ନେଇପାରନ୍ତି, ତେବେ ସେ ଦଳରୁ ବାହାରି ଯାଇପାରନ୍ତି।
ସାରାଂଶ ଜୈନ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ତଥାପି, ସାରାଂଶଙ୍କୁ ୱାଶିଂଟନ ସୁନ୍ଦରଙ୍କ ବିକଳ୍ପ (ରିପ୍ଲେସମେଣ୍ଟ) ଭାବରେ ଅଣାଯାଇଛି। ସୁନ୍ଦର ସୁସ୍ଥ ହେବା ପରେ ସାରାଂଶଙ୍କ ସ୍ଥାନ ଦଳରେ ବିପଦରେ ପଡ଼ିପାରେ। ଏହି କାରଣରୁ ଶ୍ରୀଲଙ୍କା ଗସ୍ତରେ ସାରାଂଶଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିବାକୁ ପଡ଼ିବ, ତେବେ ଯାଇ ସେ ଦଳରେ ବଜାୟ ରହିପାରିବେ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।