ଶେଷରେ କ୍ଷମା ମାଗିଲେ ଅଭିଜିତ୍ ଦୀପକେ: କହିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ…
ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ଦଳର ମୁଖ୍ୟ ଅଭିଜିତ୍ ଦୀପକେ ମଙ୍ଗଳବାର ଜନ୍ତର ମନ୍ତରରେ ପହଞ୍ଚିଛନ୍ତି। ସେ ତାଙ୍କ ସମର୍ଥକମାନଙ୍କୁ କ୍ଷମା ମାଗିଛନ୍ତି। Xରେ ସେ ଲେଖିଛନ୍ତି, ମୁଁ ମୋର ସମସ୍ତ ସମର୍ଥକଙ୍କୁ, ବିଶେଷକରି ପୁରୁଷ ପୋଲିସ ଅଧିକାରୀଙ୍କ ଦ୍ୱାରା ନିର୍ମମ ଭାବରେ ମାଡ଼ ଖାଇଥିବା ଯୁବତୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଆମେ ଆହୁରି ଭଲ କରିପାରିଥାନ୍ତୁ। ଦିଲ୍ଲୀ ପୋଲିସର ଅମାନବୀୟ କାର୍ଯ୍ୟରୁ ତୁମକୁ ରକ୍ଷା କରିବା ପାଇଁ ମୁଁ ଆହୁରି କିଛି କରିପାରିଥାନ୍ତି।
ଦୀପକେ ଲେଖିଛନ୍ତି, କେବଳ ଜଣେ ବ୍ୟକ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କୁ ରକ୍ଷା କରିବା ପାଇଁ ସରକାର ଆହୁରି ଅନେକ ଯୁବ ଛାତ୍ରଙ୍କ ରକ୍ତ ବୁହାଇବାକୁ ଇଚ୍ଛୁକ। ଶିକ୍ଷାମନ୍ତ୍ରୀ ୨୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ପାଇଁ ଦାୟୀ। ଯେଉଁ ଯୁବତୀଯୁବକ ସଂଘର୍ଷବେଳେ ଆହତ ହୋଇଛନ୍ତି ଏବଂ ଏହି ବାର୍ତ୍ତା ଦେଖୁଛନ୍ତି ଦୟାକରି ମୋତେ DM କରନ୍ତୁ। ମୁଁ ତୁମ ସହିତ ବ୍ୟକ୍ତିଗତ ଭାବରେ କଥା ହୋଇ କ୍ଷମା ମାଗିବାକୁ ଚାହୁଁଛି। ଆମେ ତୁମ ସମସ୍ତଙ୍କ ପାଇଁ ଲଢେଇ ଜାରି ରଖିବୁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।