ଶନିବାର ଉତ୍ତର ଜାପାନର ଆଓମୋରି ପ୍ରଦେଶରେ ୫.୮ ତୀବ୍ରତାଯୁକ୍ତ ଏକ ଭୂମିକମ୍ପ ଅନୁଭୂତ

Aug 01, 2026 - 19:36
ଶନିବାର ଉତ୍ତର ଜାପାନର ଆଓମୋରି ପ୍ରଦେଶରେ ୫.୮ ତୀବ୍ରତାଯୁକ୍ତ ଏକ ଭୂମିକମ୍ପ ଅନୁଭୂତ

ଟୋକିଓ:ଜାପାନରେ ପ୍ରକୃତି ବିନାଶ ଜାରି ରଖିଛି। ଶନିବାର ଉତ୍ତର ଜାପାନର ଆଓମୋରି ପ୍ରଦେଶରେ ୫.୮ ତୀବ୍ରତାଯୁକ୍ତ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ୪୮‌ରେ ଆଓମୋରିର ପ୍ରଶାନ୍ତ ମହାସାଗରୀୟ ଉପକୂଳରୁ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

୪ ଦିନ ପୂର୍ବରୁ ବିନାଶକାରୀ ଭୂମିକମ୍ପ ହୋଇଥିଲା
ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ। ଭୂମିକମ୍ପର କେନ୍ଦ୍ରସ୍ଥଳ ୪୧.୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୨.୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ୪ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪:୨୭ ମିନିଟରେ କୁମାମୋଟୋ ପ୍ରଦେଶରେ ଏକ ଶକ୍ତିଶାଳୀ ଏବଂ ବିନାଶକାରୀ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।