ଲାଗିଲା ନବାନ୍ନ
ଲାଗିଲା ନବାନ୍ନ
ଲାଗିଲା ନବାନ୍ନ। Nabana to Samaleswari
() ମାଆ ସମଲେଇଙ୍କ ପାଖରେ ଲାଗିଛି ନବାନ୍ନ। ସମ୍ବଲପୁର ଓ ବଲାଙ୍ଗିରର ଆରାଧ୍ୟ ଦେବୀ ମାଆ ସମଲେଇଙ୍କ ପାଖରେ ଆଜି ନବାନ୍ନ ଲାଗୁ କରାଯାଇଛି। ଘଣ୍ଟ ଘଣ୍ଟା ବାଦ୍ୟର ତାଳେ ତାଳେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ନବାନ୍ନକୁ ଲାଗି କରାଯାଇଥିଲା। ମାଆଙ୍କୁ ନୂଆ ଲାଗି ହେବା ପରେ ଲୋକେ ଘରେ ଘରେ ନୂଆ ଖାଇବା ପରମ୍ପରା ଆରମ୍ଭ ହୋଇଛି। ମାଆ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ବ ଦେବାଦେବୀଙ୍କ ପାଖରେ ବି ନବାନ୍ନ ଲାଗି ହୋଇଛି। ଖାଲି ସମ୍ବଲପୁର ନୁହେଁ ବଲାଙ୍ଗିରରେ ବି ମାଆ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି।
() ସେହିପରି ସୋନପୁରରୁ ବରଗଡ଼ ସବୁଠି ନୂଆ ଅନ୍ନ ଲାଗୁ ହୋଇଛି। ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଆ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ ଜିଲ୍ଲାବାସୀ ନିଜ ନିଜ ଘରେ ନୁଆଁ ଖାଇବେ। ଏଥିପାଇଁ ସମସ୍ତ ଖଞ୍ଜା ରଞ୍ଜ ସମଲେଇ ମନ୍ଦିର ରେ ପ୍ରସ୍ତୁତ ପରେ ଛତି ଛତ୍ର ସହ ଢୋଲ ଓ ନିଶାନ ଭିତରେ ପାରମ୍ପରିକ ଶୋଭାଯାତ୍ରା ବାହାରିଛି। ଏହି ପାହୁର ଯାତ୍ରା ଇଷ୍ଟ ଦେବୀ ସୁରେଶ୍ୱରୀଙ୍କ ପାଖରେ ପହଁଚିଲା ପରେ ଦେବୀଙ୍କ ପାଖରେ ଭୋଗ ଲାଗିହୋଇଥିଲା। ପରେ ପରେ ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢ଼ୀସମଲାଇ ଆଦି ଅଷ୍ଟଚଣ୍ଡୀଙ୍କ ପାଖକୁ ପାହୁର ଭୋଗ ପହଁଚି ଲାଗୁ ହେଉଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
