ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ; ୧୩ ମୃତ, ଅନେକ ଛାତ୍ରଛାତ୍ରୀ ଫସି ରହିଥିବା ଆଶଙ୍କା

Jun 22, 2026 - 23:01
ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ; ୧୩ ମୃତ, ଅନେକ ଛାତ୍ରଛାତ୍ରୀ ଫସି ରହିଥିବା ଆଶଙ୍କା

ଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌର ଆଲିଗଞ୍ଜର ପୂର୍ଣ୍ଣିଆ ଅଞ୍ଚଳରେ ଉଷା ମେହେଟ୍ଟା ମାର୍ଗରେ ଥିବା ଏକ ତିନି ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏବେବି ଏକାଧିକ ଛାତ୍ରଛାତ୍ରୀ ବିଲ୍ଡିଂରେ ଫସି ରହିଥିବା ସୂଚନା ଦେଇଛନ୍ତି ଜଣେ ସରକାରୀ ଅଧିକାରୀ ।

ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ୧୪ଟି ଫାୟାର ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଆଁ ଲାଗିବା ପରେ କୋଠା ଭିତରେ ଥିବା ଅନେକ ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିଲେ ଏବଂ କିଛି ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବା ପାଇଁ ଝରକା ଦେଇ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଅନେକ ଛାତ୍ରଛାତ୍ରୀ କୋଠା ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ କର୍ମଚାରୀମାନେ ଏକ ବିଲେଇକୁ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।