ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

Aug 05, 2026 - 12:21
ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

କଟକ,୫।୮(ପ୍ରଭୁ କଲ୍ୟାଣ ପାଲ୍‌): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ୱାର୍ଡେନ। ପଦଯାତ୍ରା କରି କୁଳପତିଙ୍କୁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଗତକାଲି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏକାଧିକ ହଷ୍ଟେଲ ୱାର୍ଡେନ ଇସ୍ତଫା ଦେଇଥିଲେ। ହଷ୍ଟେଲ ସମସ୍ୟା ନେଇ ବୈଠକ ଚାଲିଥିବାବେଳେ କଟକ ସଦର ବିଧାୟକ ପ୍ରକାଶ ସେଠୀ ଚିଫ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି ବୋଲି ୱାର୍ଡେନ କହିଛନ୍ତି । ହଷ୍ଟେଲର ଏକାଧିକ ୱାର୍ଡେନ ଗତକାଲି ଇସ୍ତଫା ଦେବା ପରେ ହଷ୍ଟେଲ ଦାୟିତ୍ୱରୁ ଓହରିଯିବା ପରେ ଭିସିଙ୍କୁ ଭେଟି ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏପଟେ ୱାର୍ଡେନମାନଙ୍କୁ ସମର୍ଥନ ଜଣାଇଛନ୍ତି ରୁଟା ବା ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ। ସମସ୍ତେ ଏକାଠି ହୋଇ ୪ ଦଫା ଦାବି ନେଇ କୁଳପତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ନ୍ୟାୟ ମାଗିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।