ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା
ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ ଦାୟିତ୍ୱ ନେବେ। ଦୀର୍ଘଦିନ ଧରି ଦାସ ଜାତୀୟ ଉଦ୍ୟାନ ଦାୟିତ୍ୱରେ ରହି ଜୀବଜନ୍ତୁଙ୍କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଁଟି ଥିବାରୁ ତାଙ୍କର ବଦଳିକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। ଶନିବାର ଭିତରକନିକା ସୀମାବର୍ତ୍ତୀ ଡାଙ୍ଗମାଳ, ବାଙ୍କୁଆଳ ଖମାରସାହି ପ୍ରଭୃତି ଗାଁର ଶତାଧିକ ଲୋକେ ଭିତାକନିକା ଫାଟକ ସମ୍ମୁଖରେ ଗଣଧାରଣା ଦେଇ ପ୍ରତିବାଦ କରିଛନ୍ତି।