ରୀମନ୍ଦିରରେ ଆଜି ରୁକ୍ମିଣୀ ବିବାହ ଉତ୍ସବ; ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ

Jun 25, 2026 - 11:45
ରୀମନ୍ଦିରରେ ଆଜି ରୁକ୍ମିଣୀ ବିବାହ ଉତ୍ସବ; ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ମନୋରମ ‘ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ’ ନୀତି। ଏହି ସ୍ୱତନ୍ତ୍ର ଏବଂ ଗୁପ୍ତ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଦର୍ଶନ ବନ୍ଦ ସମୟ:
ଆଜି ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ, ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ।

ମହାପ୍ରଭୁଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବିବାହ ନୀତିକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସନ୍ଧ୍ୟା ୬ଟା ପରେ ନୀତି ଶେଷ ହେବା କ୍ଷଣି ଶ୍ରଦ୍ଧାଳୁମାନେ ପୁଣିଥରେ ସାଧାରଣ ଦର୍ଶନ କରିପାରିବେ।

ତେଣୁ ଆଜି ଶ୍ରୀକ୍ଷେତ୍ରକୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ସମୟକୁ ସୂଚନା ମନେରଖି ନିଜର ଦର୍ଶନ ଯୋଜନା କରିବାକୁ ଅନୁରୋଧ କରାଯାଇଛି ।