ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ନିଶ୍ଚିତ କଲେ ଲଭ୍‌ଲିନା

Jul 23, 2026 - 20:12

ଗ୍ଲାସ୍‌ଗୋ,୨୩ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆନୁଷ୍ଠାନିକ ଭାବେ ଆରମ୍ଭ ହେବା ପୂର୍ବରୁ ଭାରତ ତା’ର ପ୍ରଥମ ପଦକ ନିଶ୍ଚିତ କରିଛି। ଭାରତୀୟ ବକ୍ସର ଲଭଲିନା ବର୍ଗୋହେନ ୭୫ କେଜି କାଟେଗୋରୀରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।

ଆସାମର ଏହି ଅଲିମ୍ପିକ୍‌ ପଦକଧାରୀ ରିଙ୍ଗ୍‌ରେ ଓହ୍ଲାଇବା ପୂର୍ବରୁ ପୋଡିୟମରେ ସ୍ଥାନ ପକ୍କା କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ବକ୍ସିଂ ନିୟମ ମୁତାବକ, ସେମିଫାଇନାଲରେ ପରାଜିତ ହୋଇଥିବା ଦୁଇ ବକ୍ସରଙ୍କୁ ବ୍ରୋଞ୍ଜ ପଦକ ଦିଆଯାଏ। ଏଥିଯୋଗୁ ଲଭଲିନା ଅତିକମ୍‌ରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। ମହିଳା ୭୫ କେଜି ମିଡ୍‌ଲଓ୍ବେଟ କାଟେଗୋରୀରେ ମାତ୍ର ୫ ବକ୍ସର ଭାଗ ନେଇଛନ୍ତି। ଏଥିଯୋଗୁ ବର୍ଗୋହେନଙ୍କ ସମେତ ୩ ବକ୍ସର ସିଧାସଳଖ ସେମିରେ ପ୍ରବେଶ କରିଛନ୍ତି। ବଳକା ଦୁଇ ବକ୍ସରଙ୍କ ମଧ୍ୟରେ ଏକମାତ୍ର କ୍ୱାର୍ଟର ଫାଇନାଲ ଖେଳାଯିବ।

ଆସନ୍ତା ୩୧ ତାରିଖରେ ସେମିଫାଇନାଲରେ ତାଫାକିଙ୍କୁ ଭେଟିବେ। ଏଥିରେ ବିଜୟୀ ହେଲେ ସେ ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିବେ। ଯଦି ପରାଜିତ ହୁଅନ୍ତି, ତେବେ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିବ।

The post ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ନିଶ୍ଚିତ କଲେ ଲଭ୍‌ଲିନା appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।