ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ
ଗ୍ଲାସ୍ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍ଷ୍ଟ୍ରୋକ୍ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଦୁଇଥର ଅଲିମ୍ପିଆନ ତଥା ଏକାଧିକ ଜାତୀୟ ରେକର୍ଡର ଅଧିକାରୀ ନଟରାଜ ୨୫.୫୨ସେକେଣ୍ଡ ଟାଇମିଂ ସହ ବରମୁଡ଼ାର ଜ୍ୟାକ୍ ହାର୍ଭେଙ୍କ ସହ ମିଳିତ ୧୪ତମ ସ୍ଥାନରେ ରହିଥିଲେ।
୮ଜଣ ପୁରୁଷ ସନ୍ତରଣକାରୀଙ୍କୁ ନେଇ ଅନୁଷ୍ଠିତ ହିଟ୍ରେ ଭାରତୀୟ ସନ୍ତରଣକାରୀ ୫ମ ହୋଇଥିଲେ। ପାରା ସୁଇମିଂରେ ଭାରତର ଆର.ଭି.ଭି.ବି.କେ ବୁଡିଗିନା ଓ ଇମାମ୍ ଅଲି ୧୦୦ମିଟର ଫ୍ରିଷ୍ଟାଇଲ ଏସ୍୧୩ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ହିଟ୍ରେ ଭାଗ ନେଇଥିବା ସମସ୍ତ ୮ସନ୍ତରଣକାରୀ ଫାଇନାଲରେ ପ୍ରବେଶ କରିଛନ୍ତି। ବୁଡିଗିନା ୫୭.୧୦ ସେକେଣ୍ଡ ଟାଇମିଂ ସହ ତୃତୀୟ ହୋଇଥିବା ବେଳେ ଅଲି ୧:୦୫.୩୨ ସେକେଣ୍ଡ ଟାଇମିଂ ସହ ସର୍ବନିମ୍ସ ସ୍ଥାନରେ ରହିଥିଲେ। ଏସ୍୧୩ ଶ୍ରେଣୀଭୁକ୍ତ ଆଥଲେଟମାନେ ହେଉଛନ୍ତି ଦୃଷ୍ଟିବାଧିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।