Welcome!

Unlock your personalized experience.
Sign Up

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଗୁରୁତର

Jul 13, 2026 - 23:33
ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଗୁରୁତର

ଭୁବନେଶ୍ବର, ୧୩।୭ : ରାଜଧାନୀରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପଥରଗାଡିଆ ଗାଁର ୨ ସାହି ମଧ୍ୟରେ ସଂଘର୍ଷ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ୨ ସାହି ମୁହାଁମୁହିଁ ହୋଇଛନ୍ତି। କଟୁରୀ ଓ ଠେଙ୍ଗା ଆକ୍ରମଣରେ ଏକାଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୁଲିସ । ଫେରାର ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢାଉ ଜାରି ରହିଛି।  ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

​​​​​​​ଆହୁରି ପଢନ୍ତୁ :କେବିସି ବିଜେତା କହି ଫୋନ୍ କଲେ , ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୨ ଲକ୍ଷ ଟଙ୍କା ନେଇଗଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।