ଯାଜପୁର ଜିଲ୍ଲା ଦଶରଥପୁରେ ବନ୍ୟା ; ବୈତରଣୀର ଶାଖା କାଣୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ

Jul 07, 2026 - 09:54
ଯାଜପୁର ଜିଲ୍ଲା ଦଶରଥପୁରେ ବନ୍ୟା ; ବୈତରଣୀର ଶାଖା କାଣୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଦଶରଥପୁରେ ବନ୍ୟା । ବୈତରଣୀର ଶାଖା କାଣୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । କଣ୍ଟପଡା ଠାରେ ଗତକାଲି ସୃଷ୍ଟି ହୋଇଛି ୫୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଆଜି ସକାଳୁ ଘାଇ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ସୃଷ୍ଟି ହୋଇଛି ଆଉ ଗୋଟିଏ ଘାଇ  । ସମୟ ବଢିବା ସହ ଧୀରେ ଧୀରେ ବଡ ହେଉଛି ଘାର ଲମ୍ବ  ।ମାତ୍ର ୧୫ ଦିନ ତଳେ ହୋଇଥିଲା ବନ୍ଧ କାର୍ଯ୍ୟ  । ନିମ୍ନମାନର ବନ୍ଦ କାର୍ଯ୍ୟ ଯୋଗୁ ନଦୀବନ୍ଦ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ  । ବନ୍ୟା ଯୋଗୁ ହଜାର ହଜାର ହେକ୍କଟର ଚାଷଜମି ଜଳମଗ୍ନ ହୋଇଛି | ବର୍ତ୍ତମାନ ସୁଦ୍ଧା ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହୋଇଥିବା ବେଳେ ଆଗକୁ ଗାଁ ଭିତରେ ପାଣି ପ୍ରବେଶ କରିବାର ସମ୍ଭାବନା ରହିଛି । ଗତ ବର୍ଷ ମଧ୍ୟ୍ୟ ମଲ୍ଲିକାପୁର ଠାରେ ଭାଙ୍ଗିଥିଲା ଏହି କାଣୀ ନଦୀର ବନ୍ଧ |  ସୃଷ୍ଟି ହୋଇଥିଲା ୧୨୦ ଫୁଟର ଘାଇ | ଦୁର୍ବଳ ନଦୀବନ୍ଧ ଯୋଗୁ ବାରମ୍ବାର ଘାଇ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ | ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଁଚି ନାହାନ୍ତି  । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।