ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

Aug 05, 2026 - 12:40
ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ ସରକାରୀ ମହାବିଦ୍ୟାଳୟକୁ ଉନ୍ନତିକରଣ କରାଯାଇ ଧରଣୀଧର ବିଶ୍ୱବିଦ୍ୟାଳୟ କରାଯିବା ନେଇ ବିବାଦ ମୁଣ୍ଡ ଟେକୁଥିବା ବେଳେ ଆଜି କଲେଜ ଛାତ୍ରୀଛାତ୍ରମାନେ ଐତିହ୍ୟ ସମ୍ପନ୍ନ ମହାବିଦ୍ୟାଳୟର ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଧରଣୀଧର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରୁ ଏକ ରାଲିରେ ଶତାଧିକ ଛାତ୍ରୀଛାତ୍ର ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାସ୍ତାରେ ଧାରଣାରେ ବସିଥିଲେ। ସରକାର ତୁମେ ଆମ ଦାବି ମାନି ନିଅ, ଧରଣୀଧର ବିଶ୍ୱବିଦ୍ୟାଳୟକୁ ପୂର୍ବରୁ ଚାଲିଥିବା ମହାବିଦ୍ୟାଳୟ ପରିସରରୁ ଅଲଗା କରି ପୁରୁଣା ସ୍ଥିତି ବିଜାୟ ରଖିବା ଆଦି ସ୍ଲୋଗାନ ଦେଇ ବସିଥିଲେ। ଏହି ଅବସରରେ ଜିଲାପାଳ ବିଶାଲ ସିଂଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।