Welcome!

Unlock your personalized experience.
Sign Up

ମହିଳା ଯାତ୍ରୀଙ୍କ ପାଇଁ ଟ୍ରେନ୍ ରୋକିଲେ ଡେପୁଟି ଷ୍ଟେସନ୍‌ ମାଷ୍ଟର, ରାଗରେ ଘୋଷାରି ଘୋଷରି ମାଡ଼ ମାରିଲେ ଆରପିଏଫ୍ ଜବାନ୍

Jul 12, 2026 - 20:50
ମହିଳା ଯାତ୍ରୀଙ୍କ ପାଇଁ  ଟ୍ରେନ୍ ରୋକିଲେ ଡେପୁଟି ଷ୍ଟେସନ୍‌ ମାଷ୍ଟର, ରାଗରେ ଘୋଷାରି ଘୋଷରି ମାଡ଼ ମାରିଲେ ଆରପିଏଫ୍ ଜବାନ୍

ଆଗ୍ରା,୧୨।୭:  ଉତ୍ତର ପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି ଆରପିଏଫ୍ ଜବାବଙ୍କ ଦବଙ୍ଗଗିରି। ଆରପିଏଫ୍ ଜବାନମାନେ ଏକ ରେଲଓ୍ବେ ଅଫିସରଙ୍କୁ ଷ୍ଟେସନ୍ରେ ଜୋରଦାର ମାଡ ମାରୁଥିବା ଭିଡିଓ ସାମନାକୁ ଆସିଛି। କେବଳ ସେତିକି ନୁହେଁ ଜବାନ ଜଣକ ରେଲଓ୍ବେ ଅଫିସରଙ୍କୁ ୩୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଥାନାକୁ ନେଇଥିଲେ। ରେଲଓ୍ବେ ଅଫିସରଙ୍କ ଭୁଲ କେବଳ ଏତିକି ଥିଲା, ଜଣେ ମହିଳା ଯାତ୍ରୀଙ୍କ ପାଇଁ ଟ୍ରେନକୁ ଅଟକାଇ ଦେଇଥିଲେ। ମହିଳା ଯାତ୍ରୀଙ୍କ ଟ୍ରେନ୍ ପଳାଇ ଯାଉଥିଲା। ଟ୍ରେନ୍ ପଛରେ ପଛରେ ମହିଳା ଜଣକୁ ଦୌଡୁଥିବାର ଦେଖି ରେଳ ଅଧିକାରୀ ଜଣକ ଓ୍ବାକି-ଟକିରେ ଲୋକୋ ପାଇଲଟଙ୍କୁ ବାର୍ତ୍ତା ପଠାଇଥିଲେ। ଏହାପରେ ମହିଳା ଜଣକ ଟ୍ରେନରେ ଚଢିପାରିଥିଲେ।

ଆରପିଏଫ୍ ଜବାନଙ୍କୁ ଲାଗିଥିଲା ମହିଳା ଜଣକ ଟ୍ରେନ ପୁଲିଂ କରିଛନ୍ତି। ତେଣୁ ସେ ତାଙ୍କୁ ଧରିନେଇଥିଲେ, ଯାହାକୁ ରେଳ ଅଧିକାରୀ ଜଣକ ବିରୋଧ କରିବା ସହ ପୁରା ମାମଲା କରିଥିଲେ। କିନ୍ତୁ ଆରପିଏଫ୍ ଯବାନ ଏହି କଥା ମାନିବାକୁ ପ୍ରସ୍ତୁତ ନଥିଲେ। ଓଲଟା ରେଳ ଅଧିକାରୀଙ୍କୁ ମାଡ ମାରି ୩୦୦ ମିଟର ଯାଏଁ ଘୋଷାଡି ଘୋଷାଡି ନେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମାମଲାର ସୂଚନା ଯେତେବେଳେ ଅଧିକାରୀଙ୍କୁ ମିଳିଥିଲା ସେ ଆରପିଏଫର ୪ କର୍ମଚାରୀଙ୍କୁ ସସପେଣ୍ଡ କରିଦେଇଛନ୍ତି।

ଏହି ପୁରା ମାମଲା ରବିବାର ସକାଳର ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, କେଣ୍ଟର ପ୍ଲାଟଫର୍ମ ନମ୍ବର -୧ ରେ ସକାଳ ୧୧ ଟା ବେଳେ ଅମୃତସରରୁ ହୀରାକୁଣ୍ଡ ଏକ୍ସପ୍ରେସ୍ ଆସିଥିଲା। ଏହି ସମୟରେ ଜଣେ ମହିଳା ଯାତ୍ରୀ କିଛି ଜିନିଷ କିଣିବାକୁ ଟ୍ରେନ୍ରୁ ତଳକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ୍ ପଳାଇ ଯାଇଥିଲା। ଟ୍ରେନ୍ ଚାଲିଯାଉଥିବାର ଦେଖି ମହିଳା ଯାତ୍ରୀ ପ୍ଲାଟଫର୍ମରେ ଦୌଡିବା ଆରମ୍ଭ କରିଥିଲେ। ମହିଳାଙ୍କୁ ଦୌଡୁଥିବାର ଦେଖି ଷ୍ଟେସନ୍ରେ ମୁତୟନ ଥିବା ଡେପୁଟି ଷ୍ଟେସନ୍ ସୁପରିଟେଣ୍ଡେଣ୍ଟ ନରେନ୍ଦ୍ର ଚାହର ଓ୍ବାକି-ଟକିରେ ଲୋକୋ ପାଇଲଟକୁ ବାର୍ତ୍ତା ଦେଇଥିଲେ ଓ ଟ୍ରେନ୍ ରୋକିବାକୁ କହିଥିଲେ। ରେଳ ଅଧିକାରୀଙ୍କ ବାର୍ତ୍ତା ମିଳିବା ପରେ ଲୋକେ ପାଇଲଟ୍ ଟ୍ରେନ୍ ରୋକି ଦେଇଥିଲେ। ଏହାପରେ ମହିଳା ଯାତ୍ରୀ ଟ୍ରେନ୍‌ରେ ଚଢିଯାଇଥିଲେ। ଏହି ପୁରା ଘଟଣା ସେଠାରେ ଥିବା ଆରପିଏଫ୍ ଜବାନ ଦେଖି ନେଇଥିଲେ। ସେମାନେ ମହିଳାଙ୍କୁ ଚେନ୍ ପୁଲିଂ ଅଭିଯୋଗରେ ଧରି ନେଇଥିଲେ। ମହିଳା ଜଣକ ଆରପିଏଫ୍ ଜବାନଙ୍କୁ କହିଥିଲେ ସେ ଚେନ୍ ପୁଲିଂ କରୁନଥିଲେ। ହେଲେ ଆରପିଏଫ୍ ତାଙ୍କ କଥା ଶୁଣିନଥିଲା। ଏହି ସମୟରେ ଡେପୁଟି ଷ୍ଟେସନ୍ ସୁପରିଟେଣ୍ଡେଣ୍ଟ ନରେନ୍ଦ୍ର ଚାହର ସେଠାରେ ପହଁଞ୍ଚିଥିଲେ ଓ ମହିଳାଙ୍କୁ ଧରିବା ନେଇ ବିରୋଧ କରିଥିଲେ। ସେ କହିଥିଲେ, ମୁଁ କହିବା ପରେ ଟ୍ରେନ୍ ରୋକାଯାଇଛି।

ବିବାଦ ବଢିବା ପରେ ଆରପିଏଫ୍ ଜବାନ ଜଣକ ଅନ୍ୟ ସାଥୀଙ୍କୁ ଡାକିଥିଲେ। ପରେ ଅନ୍ୟ ଆରପିଏଫ୍ ଜବାନ ସେଠାରେ ପହଁଞ୍ଚି ଅଧିକାରୀଙ୍କ ନିସ୍ତୁକ ମାଧ ମରିଥିଲେ। ସମସ୍ତେ ତାଙ୍କୁ ଧରି ପ୍ଳାଟଫର୍ମରେ ଘୋଷାରି ଘୋଷରି ଥାନାକୁ ନେଇଯାଇଥିଲେ। ରେଳ ଅଧିକାରୀଙ୍କ ସହ ଏଭଳି ଆଚରଣ ଦେଖି ଅନ୍ୟ କର୍ମଚାରୀମାନେ ମଧ୍ୟ ସେଠାରେ ପହଁଞ୍ଚିଥିଲେ। କିନ୍ତୁ ଆରପିଏଫ୍ ଜବାନ ବି ତାଙ୍କ କତା ଶୁଣିନଥିଲେ। ତାଙ୍କୁ ବି ଗାଳିଗୁଲଜ କରିଥିଲେ। ଘଟଣା ସମୟର ଭିଡିଓ ଭାଇରାଲ ହେବାପରେ ରେଳ ବିଭାଗର ଉପରିସ୍ଥ ଅଧିକାରୀ ୪ ଆରପିଏଫ୍ ଜବାନଙ୍କୁ ସସ୍‌ପେଣ୍ଡ କରିଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।