ମହାରାଷ୍ଟ୍ରରେ ପ୍ରବଳ ବର୍ଷା
ମୁମ୍ବାଇ : ମାୟାନଗରୀରେ ବର୍ଷା ବିତ୍ପାତ। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଛି। ଏହା ଦ୍ୱାରା ମୁମ୍ବାଇର ଦୁଇଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଲୋକମାନେ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମକୁ ପଠାଯାଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ ପୁରୁଣା ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହା ବ୍ୟତୀତ, ପ୍ରବଳ ବର୍ଷା ଯୋଗୁଁଁ ଅନେକ ଟ୍ରେନ ବାତିଲ କରାଯାଇଛି।
ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ଯେ ମୁମ୍ବାଇ, ପାଲଘର ଏବଂ ରାୟଗଡ଼ରେ ରେକର୍ଡ ଭାଙ୍ଗିବା ବର୍ଷା ହୋଇଛି, ଯାହା ଫଳରେ ଗତ ତିନିରୁ ଚାରି ଦିନ ମଧ୍ୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ବିମାନବନ୍ଦର ସୂତ୍ର ଅନୁସାରେ, ଆଜି ସକାଳ ୧୧:୩୦ ସୁଦ୍ଧା ପ୍ରବଳ ବର୍ଷା ଯୋଗୁଁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୭ଟି ଉଡ଼ାଣ ବାତିଲ କରାଯାଇଛି। ଏହା ସହିତ୨୧୭ ଟି ଉଡ଼ାଣ ବିଳମ୍ବିତ ହୋଇଛି।
ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ‘ମିସିଂ ଲିଙ୍କ’ ସେକ୍ସନରେ ଭୂସ୍ଖଳନ ସମ୍ପର୍କରେ କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର କହିଛନ୍ତି, “‘ମିସିଂ ଲିଙ୍କ’ରେ ଭୂସ୍ଖଳନ ହୋଇଛି। ପୂର୍ବରୁ, ସାମାନ୍ୟ ବର୍ଷାରେ ମଧ୍ୟ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ ରାସ୍ତା ଧୋଇ ଯାଇଥିଲା। ନରମ ମାଟି ଯୋଗୁଁଁ ସମ୍ପୂର୍ଣ୍ଣ ମୁଖ୍ୟ ରାସ୍ତା ଭୁଶୁଡ଼ି ପଡ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।