ମହାପ୍ରଭୁଙ୍କ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର

Jul 25, 2026 - 22:16
ମହାପ୍ରଭୁଙ୍କ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର

ଜି.ଉଦୟଗିରି,୨୫।୭(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠି): ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ସୁନା ବେଶ ଏବଂ ଆଳତୀ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଶ୍ରୀଜୀଉଙ୍କୁ ସୁନା ବେଶରେ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତିରେ ବିଭୋର ହୋଇଯାଇଥିଲେ। ଏପରିକି ଜୟ ଜଗନ୍ନାଥ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ ଦାଣ୍ଡ। ମନ୍ଦିର ପରିଚାଳନା କମିଟି ସଭାପତି ସମୀର କୁମାର ପାଢ଼ୀ, ଉପସଭାପତି ସଞ୍ଜୟ ଆଚାର୍ଯ୍ୟ, ସମ୍ପାଦକ ଅରୁଣ ଷଢଙ୍ଗୀ, କୋଷାଧ୍ୟକ୍ଷ ଗଣେଶ୍ୱର ପାଢ଼ୀ ତଥା କମିଟି ସଦସ୍ୟ ହେମନ୍ତ ପାଣିଗ୍ରାହୀ, କାଳୁଚରଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା, କାଳୁ ଚରଣ ପଣ୍ଡା, ମାନସ ପଣ୍ଡା ଏବଂ ଚନ୍ଦ୍ରକାନ୍ତ ପଣ୍ଡା ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।