ମହାପ୍ରଭୁଙ୍କ କଚ୍ଛପ ଅବତାର ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼
ରିଷିଡ଼ା,୧୮ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ମାଉସୀମା’ ମନ୍ଦିରଠାରେ ଦଶ ଅବତାର ବେଶ ଅନୁଷ୍ଠିତ ହେଉଥିବା ବେଳେ ମହାପ୍ରଭୁଙ୍କ ଦ୍ବିତୀୟ ଦିନରେ କଚ୍ଛପ ଅବତାର ବେଶ ଶନିବାର ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ରଥଯାତ୍ରା ପରିଚାଳନା କମିଟି ସଭାପତି କରୁଣାକର ରଣା ସମ୍ପାଦକ ଧନଞ୍ଜୟ ସାହୁ (ପାର୍ଥ), ଅଶୋକ ତ୍ରିପାଠୀ, କ୍ଷୀରସାଗର ରଣା, ଦୁଃଖମଣି ସାହୁ, ପ୍ରମୋଦ ସାହୁ (ଟୁନୁ), ସଞ୍ଜୟ ରଣା, ମୁଖ୍ୟ ପୂଜକ ମଧୁ ଦାସ ପ୍ରମୁଖ ସହଯୋଗ କରୁଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।