ମଝି ସମୁଦ୍ରରେ ଢୋ ଢା। Tragedy at Sea
ମଝି ସମୁଦ୍ରରେ ଢୋ ଢା। Tragedy at Sea
ମଝି ସମୁଦ୍ରରେ ଢୋ ଢା। Tragedy at Sea
ସମୁଦ୍ର ମଝିରେ ଘଟିଛି ଦୁର୍ଘଟଣା। ସମୁଦ୍ର ଭିତରେ ଘଟିଛି ଆକ୍ସିଡେଣ୍ଟ। ଏମିତି କିଛି ଘଟଣା ଏବେ ଗଞ୍ଜାମ ସମୁଦ୍ର ଉପକୂଳରେ ଘଟିଛି। ଗଞ୍ଜାମ ପୋଡ଼ମପେଟା ସମୁଦ୍ରରେ ମାଛ ମାରିବା ବେଳେ ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ ଘଟଣାରେ ଚାଲିଛି ସର୍ଚ୍ଚଅପରେସନ। ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ବେଳେ ଡଙ୍ଗାରେ ଥିବା ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ଏ. କାଲେୟା । ଭୋର ୪ଟାରେ ସମୁଦ୍ରକୁ ମାଛ ମାରିବା ପାଇଁ ଛତ୍ରପୁର ବ୍ଲକ ସାନ ନୋଳିଆ ନୂଆଗାଁର ୭ ଜଣ ମତ୍ସ୍ୟଜୀବୀ ଯାଇଥିଲେ । ପୋଡମପେଟା ନିକଟ ସମୁଦ୍ରରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା l ତେବେ ୬ଜଣ ପହଁରି ସୁରକ୍ଷିତ ପଳାଇ ଆସିଥିବା ବେଳେ ଏ. କାଲେୟା ନିଖୋଜ ଅଛନ୍ତି। ତାଙ୍କ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
