ମଝି ଆକାଶରେ ବିମାନ ସହ ପକ୍ଷୀ ଧକ୍କା

Jun 09, 2026 - 16:18
ମଝି ଆକାଶରେ ବିମାନ ସହ ପକ୍ଷୀ ଧକ୍କା

ରାଜକୋଟ: ରାଜକୋଟର ହିରାସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଆଜି ସକାଳେ ରାଜକୋଟରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ପକ୍ଷୀ ଧକ୍କା ହୋଇଥିଲା, ଯାହା ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ବିମାନରେ ପ୍ରାୟ ୧୨୪ ଜଣ ଯାତ୍ରୀ ଥିଲେ। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ମଝି ଆକାଶରେ ପକ୍ଷୀ ସହ ଧକ୍କା ହୋଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହି ଦୁର୍ଘଟଣା ପରେ ପାଇଲଟ୍ ବିମାନର ଇଞ୍ଜିନ ଏବଂ ଅନ୍ୟାନ୍ୟ ବୈଷୟିକ ବ୍ୟବସ୍ଥାରେ ତ୍ରୁଟି ଥିବା ସନ୍ଦେହ କରିଥିଲେ, ଯାହା ଫଳରେ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଅବତରଣ ପରେ ବିମାନବନ୍ଦରରେ ଏକ ବୈଷୟିକ ଦଳ ଯାଞ୍ଚ୍‌ କରିଥିଲେ। ପକ୍ଷୀ ଧକ୍କା ଯୋଗୁଁ ବିମାନର ଇଞ୍ଜିନ ଫ୍ୟାନ୍ ବ୍ଲେଡ୍ କ୍ଷତିଗ୍ରସ୍ତ ହୋଇଛି। ବୈଷୟିକ ଦଳ କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ମରାମତି ଆରମ୍ଭ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।