ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ

ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ। ଖରାପ ପାଗ ଯୋଗୁଁ ଭୁବନେଶ୍ବରରେ ବିମାନ ଅବତରଣ କରି ପାରି ନ ଥିବା ନେଇ ସୂଚନା ମିଳିଛି। ଫଳରେ ବିମାନଟି କଲିକତା ଅଭିମୁଖେ ଯାତ୍ରା କରିଛି। ଖବର ଅନୁସ

05 September 2025 12:45 PM IST
ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ

ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ। ଖରାପ ପାଗ ଯୋଗୁଁ ଭୁବନେଶ୍ବରରେ ବିମାନ ଅବତରଣ କରି ପାରି ନ ଥିବା ନେଇ ସୂଚନା ମିଳିଛି। ଫଳରେ ବିମାନଟି କଲିକତା ଅଭିମୁଖେ ଯାତ୍ରା କରିଛି। ଖବର ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏୟାର ଇଣ୍ଡିଆର AI 473 ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିଲେ।

କିନ୍ତୁ ପାଗ ପ୍ରତିକୂଳ ରହିବାରୁ ପାଇଲଟ୍ ବିମାନକୁ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ ନ କରାଇ କୋଲକାତା ଏୟାରପୋର୍ଟ ଅଭିମୁଖେ ଉଡ଼ାଇ ନେଇଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅନ୍ୟ ଏକ ବିମାନ ଯୋଗେ କଲିକତାରୁ ଭୁବନେଶ୍ୱର ଫେରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା।

Disclaimer: This content has been automatically aggregated from television for informational purposes. To read the original article, please visit television.