ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

Jul 07, 2026 - 12:10
ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୁବନେଶ୍ୱର: ପୁଣି ଏୟାରପୋର୍ଟରୁ ଜବତ ହେଲା ମାରିଜୁଆନା । ବିପୁଳ ପରିମାଣର ମାରିଜୁଆନା ଜବତ କଲା DRI ଓ କଷ୍ଟମ ବିଭାଗ। ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧ କେଜି ମାରିଜୁଆନା ଜବତ । ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ସୂଚନା। ସନ୍ଦେହ ହେବାରୁ ବ୍ୟାଗ୍ ଚେକିଂ ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଛନ୍ତି। ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ। ତେବେ ଏତେ ପରିମାଣର ମାରିଜୁଆନା କିଏ ଅର୍ଡର କରିଥିଲେ ଏବଂ କେଉଁଠିକୁ ଯାଉଥିଲା। ବ୍ୟାଙ୍କକ୍‌ରୁ ଆଣୁଥିବା ଯାତ୍ରୀ ଜଣକ ଏକାଥିଲେ ନା ଆଉ କିଏ ସାଙ୍ଗରେ ଥିଲେ। ଏହି ସବୁ ଦିଗକୁ ନେଇ ଯାତ୍ରୀକୁ ପଚରାପଚରା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।