ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି…

Jun 30, 2026 - 08:24
ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି…

ଭୁବନେଶ୍ବର,୩୦।୬: ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହୁତୁହୁତୁ ହୋଇ ୧୫ରୁ ଅଧିକ ଦୋକାନ ଜଳିଯାଇଥିବା ନେଇ ସୂଚନା ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନା ଅନୁସାରେ, ପ୍ରଥମେ ଏକ କପଡ଼ା ଦୋକାନରେ ନିଆଁ ଲାଗିବା ପରେ ଏହା ଅନ୍ୟ ଦୋକନକୁ ବ୍ୟାପି ଯାଇଥିଲା । ଚାରିଆଡ଼େ ପୁରା ଧୂଆଁମୟ ହୋଇଯାଇଥିବା ବେଳେ ଧୌର୍ଯ୍ୟହରା ହୋଇଯାଇଛନ୍ତି ଦୋକାନୀ । ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି, ତାହା ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ଜଣାପଡ଼ିବ । ତେବେ ମାର୍କେଡ ବିଲ୍ଡିଂରେ ନିଆଁ ଲାଗିବା କୌଣସି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।

 

Dharitri – Odisha’s No.1 Odia Daily