ଭସାଣ ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ
ଭସାଣ ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ
ଭସାଣ ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ
ଖଣ୍ଡପଡା: ଭସାଣ ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ । ଡିଜେ ବାଜିବାକୁ ନେଇ ଉତ୍ତେଜନାରୁ ଦଳଚକଟା। ଜଣେ ମୃତ, ୧୦ ଆହତ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା କରଡ଼ାପଲ୍ଲୀ ଗାଁରେ ଭସାଣ ଉତ୍ସବବେଳେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେ ବାଜିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା । ପାଥପୁର ଓ କରଡାପଲ୍ଲୀ ଗାଁ ଲୋକଙ୍କ ମଧ୍ୟରେ କଥା କଟାକଟିରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସମୟରେ ଦଳାଚକଟାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।
ମୃତକ ହେଲେ କରଡ଼ାପଲ୍ଲୀ ଗାଁର ହରିହର ସ୍ବାଇଁ । ତାଙ୍କୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଉତ୍ତ୍ୟକ୍ତ ଲୋକମାନେ ଖଣ୍ଡପଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ୪ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ତେଣେ ଘଟଣାସ୍ଥଳରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ।...
Disclaimer: This content has been automatically aggregated from television for informational purposes. To read the original article, please visit television.
Home
