ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ

Jul 23, 2026 - 20:51
ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ

ଭଞ୍ଜନଗର, ,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଯୁକ୍ତ ୨ ପ୍ରଥମ ବର୍ଷର ନୂତନ ଛାତ୍ରୀମାନଙ୍କୁ ମଧ୍ୟ କଲେଜ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି।

ଏହି ଅବସରରେ ପୃଥକ୍ ପୃଥକ୍ ଭାବେ ଦୁଇଟି ସଭା ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ପ୍ରଧାନ ଉଭୟ ସଭାରେ ଅଧ୍ୟକ୍ଷତା କରି ଶକ୍ତିଶ୍ରୀ ଯୋଜନାର ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ନୂତନ ଛାତ୍ରୀମାନେ ଶୃଙ୍ଖଳିତ ଜୀବନ ବିତାଇବା ସହ ଉତ୍ତମ ପାଠପଢ଼ି ଭବିଷ୍ୟତରେ ଜଣେ ଭଲ ମଣିଷ ହେବା ପାଇଁ ସେ ଆହ୍ବାନ ଦେଇଥିଲେ।

ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଆଇନରେ ଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ଏହି ଯୋଜନା ମହିଳାମାନଙ୍କ ପାଇଁ ଏକ ବହୁପଯୋଗୀ ପଦକ୍ଷେପ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀଣୀ ଉର୍ମିଳା ପାଟ୍ଟଯୋଷୀ, ଷ୍ଟାଫ୍ କାଉନସିଲ୍ ସେକ୍ରେଟାରୀ ସନ୍ଧ୍ୟାରାଣୀ ପ୍ରଧାନ ଏବଂ ଏକାଡେମିକ୍ ବରସର ଡ. ସୁଶାନ୍ତ କୁମାର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ପରେ ଅନୁଷ୍ଠିତ ନୂତନ ଛାତ୍ରୀ ସ୍ବାଗତ ସଭାରେ ଅଧ୍ୟକ୍ଷ ଡ. ପ୍ରଧାନଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମଞ୍ଜୁପ୍ରଭା ଦାସ, ଜୟଲକ୍ଷ୍ମୀ ରଥ, ସ୍ୱର୍ଣ୍ଣମୟୀ ମହାରଣା, ରଶ୍ମିତା ବେହେରା, ଶୁଭଶ୍ରୀ ଦର୍ଶନି ସାହୁ, ହେମଲତା ଭୋଇ, ଶ୍ରୀୟା ପ୍ରଧାନ, ମୋନାଲିସା ସାହୁ ଏବଂ ଅଧ୍ୟାପକ ସ୍ୱରାଜ କୁମାର ସାସମଲ, ସନ୍ତୋଷ କୁମାର ମହାନ୍ତି, ପଙ୍କଜ ଦାସ, ଅମୂଲ୍ୟ ଶତପଥି, ଯୁଗଳ କୁମାର ମହାରଥା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ରଶ୍ମିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।