Welcome!

Unlock your personalized experience.
Sign Up

ବ୍ରହ୍ମପୁରରେ ପୁଣି ଭାଇଗିରି; ବନ୍ଦ କୋଠରୀରେ ଯୁବକଙ୍କୁ ମାଡ଼ ମାମଲାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ

Jul 12, 2026 - 12:43
ବ୍ରହ୍ମପୁରରେ ପୁଣି ଭାଇଗିରି; ବନ୍ଦ କୋଠରୀରେ ଯୁବକଙ୍କୁ ମାଡ଼ ମାମଲାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ
  • ବ୍ରହ୍ମପୁରରେ ପୁଣି ଭାଇଗିରି
  • ବନ୍ଦ କୋଠରୀରେ ଯୁବକଙ୍କୁ ନିର୍ଘାତ ମାଡ଼
  • ମାସେ ତଳର ଭିଡିଓ, ଏବେ ଭାଇରାଲ 
  • ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଘଟଣା​​​​​​​

ବ୍ରହ୍ମପୁର,୧୨/୦୭: ବନ୍ଦ କୋଠରୀରେ ଯୁବକଙ୍କୁ ମାଡ଼ ମାରିବା  ଘଟଣାରେ ବ୍ରହ୍ମପୁର ପୋଲିସର ବଡ଼ ଆକ୍ସନ । ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ସଦର ଥାନା ପୋଲିସ । କୃପାସିନ୍ଦୁପୁର ଗାଁ ର ପ୍ରଶାନ୍ତ ଦାସଙ୍କୁ ଜଣେ ଯୁବକ ମାଡ଼ ମାରୁଥିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯଦିଓ ଭିଡିଓଟି ମାସେ ତଳର ବୋଲି କୁହାଯାଉଛି, ତଥାପି ଏହା ଭାଇରାଲ ହେବା ପରେ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି ସଦର ପୋଲିସ ।  ସେପଟେ ପ୍ରଶାନ୍ତଙ୍କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡି ଚଳାଇବାକୁ ବାଧ୍ୟ କରାଯାଉଥିଲା । ଏହାକୁ ବାରଣ କରିବାରୁ ତାଙ୍କୁ ଏଭଳି ମାଡ଼ ମରାଯାଇଥିବା ପ୍ରଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।