ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍
ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର ଲିକ୍ ଓ ସଂଗଠିତ ଦୁର୍ନୀତିକୁ ରୋକିବା ପାଇଁ ଏହି ବିଲ୍ରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି ।
ବିଲ୍କୁ ନେଇ ଆଲୋଚନା ସମୟରେ ବିରୋଧୀ ଏମପିମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ। ଅନ୍ୟପଟେ ସରକାର କହିଛନ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ଏବଂ ପେପର ଲିକ୍ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏହି ବିଲ୍ ଆବଶ୍ୟକ।
ବୁଧବାର ଲୋକ ସଭାରେ ରାହୁଲ ଗାନ୍ଧୀ ବିଲ୍ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କ ଅଭିଭାଷଣ ସମୟରେ ଗୃହରେ ହଟ୍ଟଗୋଳ ଦେଖାଯାଇଥିଲା, ଯାହା ଫଳରେ ଦୁଇଥର ଗୃହ ମୁଲତବୀ ହୋଇଥିଲା। ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଳ ପ୍ରୟୋଗକୁ ଅନୁମତି ଦେଇଥିଲେ। ଏହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।