ବାଘ ପାଦ ଦେଖି ଛାନିଆ ବନ ବିଭାଗ !
ବାଘ ପାଦ ଦେଖି ଛାନିଆ ବନ ବିଭାଗ !
ବାଘ ପାଦ ଦେଖି ଛାନିଆ ବନ ବିଭାଗ !
ସୁନ୍ଦରଗଡ: ବାଘ ବୁଲୁଛି ଜଙ୍ଗଲରେ, ଖୋଜୁଛି ବନ ବିଭାଗ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ବେଲଡିହି ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ ହେବା ଘଟଣାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ରାତିରେ ମଧ୍ୟ ପହରା ଦେଉଛନ୍ତି ବନ ବିଭାଗ କର୍ମଚାରୀ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନ ବିଭାଗ ବାଘର ପାଦ ଚିହ୍ନ ନମୂନା ସଂଗ୍ରହ କରି ଏହା କି ପ୍ରକାରର ବାଘ ସେନେଇ ଅନୁଧ୍ୟାନ କରୁଛି ।
ସତର୍କ ରହିବାକୁ ଆଖପାଖ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରି ସଚେତନ କରାଯାଉଛି । ଖୁବଶୀଘ୍ର କ୍ୟାମେରା ଲଗାଇ ବାଘ ଉପରେ ନଜର ରଖାଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
