ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ
ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି ବ୍ଳକ କଇଠଖଣ୍ଡି – କଇଠଡା ପଞ୍ଚାୟତ ସଂଲଗ୍ନ ଗାଇଡା ସଂରକ୍ଷିତ ଜଙ୍ଗଲ କମଳାପୁର ଠାରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଏବଂ କଇଠଖଣ୍ଡି , କଇଠଡା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଆୟୋଜିତ ବନ ମହୋତ୍ସବରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶନି ଖୋକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ଚାରା ରୋପଣର ମହତ୍ତ୍ଵ ଏବଂ ତାହାର ସୁରକ୍ଷା ଦିଗରେ ଉପସ୍ଥିତ ଗ୍ରାମବାସୀମାନଙ୍କୁ ସଚେତନତା କରାଇଥିଲେ । ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଞ୍ଜନ ସାହୁ , କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ, କଇଠଡା ସରପଞ୍ଚ ଗୈାରୀ ଗୈାଡ, ସରପଞ୍ଚ ପ୍ରତିନିଧି ଦେବହରି ଗୈାଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥିଙ୍କ ସମେତ ସମ୍ମାନିତ ଅତିଥି ବୃନ୍ଦ ଜଙ୍ଗଲ ପରିସରରେ ୨୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ କରିଥିଲେ । ଏପରିକି ଅଧିକରୁ ଅଧିକ ଚାରା ରୋପଣ କରି ସୁସ୍ଥ ଓ ସବୁଜ ପରିବେଶ ଗଠନ ପାଇଁ ସଭାରେ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ ।
ଏହି ଜଙ୍ଗଲରେ ଚଳିତ ବର୍ଷ ୧୦ ହଜାରରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରହିଥିବା ବେଳେ ବୃକ୍ଷରୋପଣ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୁପଣ କରାଯାଇଛି । ବନପାଳ ସନ୍ତୋଷ କୁମାର ବିଷୋୟୀ ରତ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବନାଞ୍ଚଳର ସମସ୍ତ କ୍ଷେତ୍ର କର୍ମଚାରୀ , ସ୍କ୍ୱାର୍ଡ ବାହିନୀ , ସ୍ଥାନୀୟ ଅଞ୍ଚଳର ଅଧିବାସୀ ଏବଂ ମହିଳା ଗୋଷ୍ଠୀ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।