ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ
କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ ୧୦ ଟାରେ ବୈତରଣୀ ବ୍ୟାରେଜ ଆନନ୍ଦପୁରରେ ଜଳ ସ୍ତର ୩୭.୧୬୦ ମିଟର ରେକର୍ଡ କରାଯାଇଛି। ଯାହାକି ୱାର୍ନିିଂ ଲେବିଲ ଠାରୁ ମାତ୍ର ୦.୨୮୫ ମିଟର କମ୍ ରହିଛି। ତେବେ ବର୍ଷା ଜାରି ରହିଥିବାରୁ ଅପରାହ୍ନ ସୁଦ୍ଧା ଟପି ଯିବା ଆଶଙ୍କା ରହିଛି। ଏଣୁ ପ୍ରସାଶନ ପକ୍ଷରୁ ଆନନ୍ଦପୁର, ଘଷିପୁରା, ହାଟଡିହି ଅଞ୍ଚଳରେ ବନ୍ୟା ଆଶଙ୍କା କରି ପ୍ରସ୍ତୁତ ରହିଥିବା ସୂଚନା ମିଳିଛି। ଏଠାରେ ୱାର୍ନିିଂ ଲେବୁଲ ୩୭.୪୪୫ ମିଟର ରହିଥିବା ବେଳେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି। ଗତ ୨୪ ଘଣ୍ଟାରେ ଜିଲାରେ ୧୧୫୭.୨ ମିଲି ମିଟର ବର୍ଷା ହୋଇଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।