ପ୍ରେମିକ ଲାଗି ପୁଅକୁ ହତ୍ୟା ! ଗୋଟିଏ ମାସ ପରେ ମା’ ବିରୁଦ୍ଧରେ ଏତଲା
ନୂଆଦିଲ୍ଲୀ,୨୮/୭ : ପ୍ରେମିକ ଲାଗି ନାବାଳକ ପୁଅକୁ ହତ୍ୟା । ପ୍ରେମ ପାଇଁ ଅନ୍ଧ ହୋଇଗଲା ମା’ । ପିଶାଚ ସାଜିଲା ଜନ୍ମ କଲା ମା’ । ଏଭଳି ଏକ ହୃଦୟ ବିଦାରକ ଘଟଣା ନଜରକୁ ଆସିଛି ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ବଳଦେବ ଥାନା ଅନ୍ତର୍ଗତ ଛୋଲି ଗାଁରୁ । ପ୍ରାୟ ଏକ ମାସ ପୂର୍ବରୁ ୩ବର୍ଷିୟ ଜଣେ ନାବାଳକର ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି । ଛୁଆର ବାପାଙ୍କ ଅଭିଯୋଗ ଅନୁସାରେ ପୋଲିସ ମା’ ଏବଂ ତାଙ୍କ ପ୍ରେମିକ ବିରୁଦ୍ଧରେ ହତ୍ୟାର ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି । ପୋଲିସର କହିବା ଅନୁସାରେ ମାମଲା ନିରପେକ୍ଷ ଯାଞ୍ଚ କରାଯାଉଛି ଏବଂ ସାକ୍ଷୀଙ୍କ ଆଧାରରେ ଆଗାମୀ ଯାଞ୍ଚ କରାଯିବ ।
ଅଭିଯୋଗ କର୍ତ୍ତା କୃଷ୍ଣ ମୁରାରୀଙ୍କ ଅନୁସାରେ, ୨୮ଜୁନ ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ଋଚି ଫୋନରେ କହିଥିଲେ କି ତାଙ୍କ ୩ବର୍ଷୀୟ ପୁଅ ମାଧବ ଡାକିଲେ ମଧ୍ୟ ଉଠୁନି । ଏହାପରେ ପୁଅର ଚିକିତ୍ସା ଲାଗି ମଥୁରାର ଏକ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ପରେ ତାଙ୍କୁ ଅନ୍ତିମ ସଂସ୍କାର କରିଦେଇଥିଲେ । ବାପାଙ୍କ ଅଭିଯୋଗ ଅଟେ କି କିଛି ସମୟ ପରେ ସେ ନିଜ ସ୍ତ୍ରୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଫୋନରେ କଥା ହେଉଥିବାର ଶୁଣିଥିଲେ। ଏହାପରେ ପଚରାଉଚରାପରେ ସ୍ତ୍ରୀ ମୌଖିକ ଭାବେ ସ୍ବୀକାର କରିଥିଲେ କି ତାଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ଏବଂ ଫୋନରେ କଥା ହେଉଥିଲେ । ଏହି ସମୟରେ ପୁଅ ଅଧିକ ଜୋରରେ କାନ୍ଦିବାରୁ ନାରାଜ ହୋଇ ସେ ତା’ର ଗଳା ଚିପି ଦେଇଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ବି ଅଭିଯୋଗ ଲଗାଯାଇଛି କି ପ୍ରେମିକକୁ ଏହି ଘଟଣାର ସୂଚନା ଥିଲା ।
ମାମଲା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ମା' ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ମୋବାଇଲ୍ କଲ୍ ରେକର୍ଡ଼, ଅନ୍ୟାନ୍ୟ ବୈଷୟିକ ପ୍ରମାଣ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ମଧ୍ୟ ସଂଗ୍ରହ କରୁଛି । ଥାନା ପ୍ରଭାରୀ ଅଭୟ କୁମାର ଶର୍ମା କହିଛନ୍ତି ଯେ, ମାମଲାର ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି । ତଦନ୍ତରୁ ଯାହା ବି ତଥ୍ୟ ବାହାରିବ ତାହା ଉପରେ ଆଧାର କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ, ତଦନ୍ତ ଏବଂ ଉପଲବ୍ଧ ପ୍ରମାଣ ଆଧାରରେ ଅଭିଯୋଗ ନିଶ୍ଚିତ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।