ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

Jul 07, 2026 - 20:38
ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରଶାସନିକ କାରଣରୁ ଜିଲାର ବିଭିନ୍ନ ବ୍ଲକ୍‌ରେ କାର୍ଯ୍ୟରତ ୧୧ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

କେନ୍ଦୁଝର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ପଞ୍ଚାୟତ ଅଧିକାରୀଙ୍କ ପକ୍ଷରୁ ଚିଠି ସଂଖ୍ୟା ୯୦୭, ତାରିଖ ୦୭.୦୭.୨୦୨୬ ମାଧ୍ୟମରେ ଏହି ବଦଳି ନିର୍ଦ୍ଦେଶନାମା ଜାରି ହୋଇଛି।

ଏହି ସରକାରୀ ଆଦେଶ ଅନୁଯାୟୀ, ଆନନ୍ଦପୁର ବ୍ଲକ୍‌ରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ ରଞ୍ଜନ ରାଉତଙ୍କୁ ଘଟଗାଁ ବ୍ଲକ୍‌କୁ ବଦଳି କରାଯାଇଛି। ସେହିପରି ଘସିପୁରା ବ୍ଲକ୍‌ରେ କାର୍ଯ୍ୟରତ ଅଜୟ କୁମାର ନାୟକଙ୍କୁ ହାଟଡ଼ିହି ବ୍ଲକ୍‌କୁ ବଦଳି କରାଯାଇଥିବା ନେଇ ସୂଚନା ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ଏହି ବଦଳି ପ୍ରକ୍ରିୟା ପଞ୍ଚାୟତ ସ୍ତରୀୟ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।