ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ନାଁ: ଗର୍ଜିଲେ ମହିଳା

Jul 20, 2026 - 17:27
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ନାଁ: ଗର୍ଜିଲେ ମହିଳା

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦୋପଡାର ୧୩ ମହିଳା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ ନ ଥିବାରୁ ସୋମବାର କେସିଙ୍ଗା ପଞ୍ଚାୟତ ସମିତିରେ ଅନୁଷ୍ଠିତ ଏହି ଶିବିରରେ ଅଭିଯୋଗ କରିଛନ୍ତି। ଏହି ୧୩ ଜଣ ପରିବାରର ସମସ୍ତଙ୍କ ଖପର ଓ ଝାଟିମାଟି ଘର ଅଛି। ଦୀର୍ଘ ଦିନ ଧରି ଏହି ଝାଟିମାଟି ଘରେ ଜୀବନଯାପନ କରି ଆସୁଛନ୍ତି। ବହୁବାର ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କିଛି ବି କାମ ଦେଉ ନାହିଁ। ଯେଉଁମାନଙ୍କ ବିଲ୍ଡିଂ,ଚାରି ଚକିଆ, ଜମିବାଡ଼ି ଅଛି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ମିଳୁଛି।

ପ୍ରକୃତରେ ଯେଉଁ ଗରିବ ଶ୍ରେଣୀର ଲୋକଙ୍କୁ ଏହି ଯୋଜନାରୁ ବାଦ ପଡୁଛନ୍ତି। ଏହି ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ସର୍ଭେ କରିଥିବା ପିଇଓମାନଙ୍କୁ ଯେଉଁମାନେ ମୋଟାଅଙ୍କରେ ଉତ୍କୋଚ ଦେଇଛନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିବା ମହିଳାମାନେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। କେସିଙ୍ଗା ବ୍ଲକର ୨୬ଟି ଗ୍ରାମପଞ୍ଚାୟତରେ ତଦ୍ରୁପ ହୋଇଛି। ପ୍ରକୃତ ଗରିବ ହିତାଧିକାରୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି। ଏହାର ଉଚ୍ଚସ୍ତରୀୟ ଠିକ ଭାବେ ତଦନ୍ତ କଲେ ଏହାର ଗୁପ୍ତ ରହସ୍ୟ ଜଣାପଡିବ ବୋଲି ଜଣସାଧାରଣରେ ଅଭିଯୋଗ ହୋଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।