ପୂଜା ପୂର୍ବରୁ ସବୁ ରାସ୍ତା ଚକାଚକ୍
ପୂଜା ପୂର୍ବରୁ ସବୁ ରାସ୍ତା ଚକାଚକ୍
Big Update: ପୂଜା ପୂର୍ବରୁ ସବୁ ରାସ୍ତା ଚକାଚକ୍
ଭୁବନେଶ୍ବର: ରାଜଧାନୀ ସମେତ ଅଧିକାଂଶ ସହରରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଅବିଶ୍ରାନ୍ତ ବର୍ଷା ପରେ ସହରର ରାସ୍ତା ଖରାପ ହୋଇପଡିଛି। ଏପରିକି ଅନେକ ସ୍ଥାନରେ ଏହା ଦୁର୍ଘଟଣାର ପ୍କାରମୁଖ ରଣ ସାଜିଛି। ଏଭଳି ସମୟରେ ପୂଜା ପୂର୍ବରୁ ସରିବ ରାସ୍ତା ମରାମତି କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ। କେବଳ କଟକ ଓ ଭୁବନେଶ୍ବର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ ହେବ। ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନ ସହ ମିଶି ଆଜିଠୁ କାମ ଆରମ୍ଭ କରିବେ ।
ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକ ପରେ ରାସ୍ତା ମରାମତି ନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନିର୍ମାଣ ସୌଧରେ ବସିଥିବା ବୈଠକରେ କଟକ, ଭୁବନେଶ୍ୱରର ସମସ୍ତ ବିଧାୟକ, ମେୟର, କମିଶନରଙ୍କ ସହ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
