ପୁଣି ରାଜଧାନୀରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ

Aug 01, 2026 - 19:57
ପୁଣି ରାଜଧାନୀରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : ପୁଣି ରାଜଧାନୀରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ। ରାତିରେ ଖାଲି କରିଦେଲେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ ଧରଣର ଲୁଟ୍ ହୋଇଛି। ପ୍ରାୟ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଥାନାଞ୍ଚଳର ଜଣେ ବିଲ୍‌ଡରଙ୍କ ଘରୁ ଏହି ବଡ଼ ଧରଣର ଲୁଟ ହୋଇଛି। ଘରେ କେହି ନଥିବା ବେଳେ ଦୁର୍ବୃତ୍ତ କଳାକଳା ବୁଲାଇ ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।