ପୁଣି ଉଚ୍ଛୁଳିଲା ସୁବର୍ଣ୍ଣରେଖା: ଷଷ୍ଠ ବନ୍ୟାରେ ସବୁ ଜଳମଗ୍ନ, ଉଜୁଡ଼ିଲା ଫସଲ
ଏଥର ଷଷ୍ଠଥର ବନ୍ୟାରେ ସବୁ ବ୍ଲକର ବହୁ ଇଲାକା ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଫସଲ ଉଜୁଡ଼ି ଯାଇଛି । ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ, ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୬୦
ଏଥର ଷଷ୍ଠଥର ବନ୍ୟାରେ ସବୁ ବ୍ଲକର ବହୁ ଇଲାକା ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଫସଲ ଉଜୁଡ଼ି ଯାଇଛି । ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ, ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି ।
ବଢୁଛି ସୁବର୍ଣ୍ଣରେଖା । ରାଜଘାଟରେ ପୁଣି ବଢ଼ିଲା ଜଳସ୍ତର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଏବେ ରାଜଘାଟରେ ଜଳସ୍ତର ରହିଛି ୧୦.୭୦ ମିଟର । ସେଠାରେ ବିପଦ ସଙ୍କେତ ସ୍ତର ରହିଛି ୧୦.୩୬ ମିଟର । ଥରେ କି ଦୁଇ ଥର ନୁହେଁ । ସୁବର୍ଣ୍ଣରେଖା ନଦୀରେ ପାଞ୍ଚ ପାଞ୍ଚ ଥର ବନ୍ୟା ଆସିଲାଣି । ଫଳରେ ପ୍ରଭାବିତ ହୋଇଛି ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଶତାଧିକ ଗାଁ ।
ଏଥର ଷଷ୍ଠଥର ବନ୍ୟାରେ ସବୁ ବ୍ଲକର ବହୁ ଇଲାକା ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଫସଲ ଉଜୁଡ଼ି ଯାଇଛି । ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ, ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି । ଅନେକ ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗ୍ରାଉଣ୍ଡ ଜିରୋକୁ ଯାଇ ବାଲେଶ୍ବର ଜିଲ୍ଲାପାଳ ଏବଂ ଆରଡିସି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।...
ସେପଟେ ପ୍ରବଳ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଲମତାପୁଟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁ ତୁକୁମ ଗାଁ ରାସ୍ତା ପୋଲ ଉପରେ ଦୁଇ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ତୁକୁମ, ପିପଲପୁଟ, ମଝାପୁଟ ଅଞ୍ଚଳକୁ ଯାତାୟାତ ଠପ୍ ହୋଇଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗକୁ ପୁଣି ଲଘୁଚାପ ଆସୁଛି । ଆଗାମୀ ୪ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ପ୍ରଭାବ । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଜି ପ୍ରବଳରି ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ନୟାଗଡ଼, ଗଂଜାମ ଓ ନବରଙ୍ଗପୁରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବି ବହିପାରେ । ୨୯ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ସକ୍ରିୟ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଆଜିଠାରୁ ୨୯ ତାରିଖ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
