ନୂତନ ପରିଚାଳନା କମିଟି ଗଠନ: ସଭାପତି,ଉପସଭାପତି ଭାବେ ଚୟନ ହେଲେ…

Jul 15, 2026 - 13:20
ନୂତନ ପରିଚାଳନା କମିଟି ଗଠନ: ସଭାପତି,ଉପସଭାପତି ଭାବେ ଚୟନ ହେଲେ…

ଗଞ୍ଜାମ,୧୫।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ଷ୍ଟେଶନ ରୋଡ଼ ପାର୍ଶ୍ୱରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ହୋଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିଲ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତରେ କମିଟି ସଭାପତି ଭାବେ ଅଜୟ କୁମାର ବାରିକି ଓ ନର୍ମଦା ବେହେରା ଉପସଭାପତି ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ପ୍ରଥମେ ଛାତ୍ରୀମାନଙ୍କ ସୁରକ୍ଷା ଓ ପରେ ଅନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ନୂତନ ପରିଚାଳନା କମିଟି ସଭାପତି ବାରିକ ଗଣମାଧ୍ୟମକୁ କହିଛନ୍ତି । ବର୍ତ୍ତମାନ ଉକ୍ତ ସ୍କୁଲରେ ଅଷ୍ଟମ ନବମ ଓ ଦଶମ ଶ୍ରେଣୀରେ ପ୍ରାୟ ୪୦୦ରୁ ଅଧିକ ଛାତ୍ରୀ ନାମ ଲେଖାଇଥିବା ଜଣାପଡିଛି । ଶିକ୍ଷକ ରବୀନ୍ଦ୍ର ନାଥ ନେପାକ,ଧିରେନ କୁମାର ପଟ୍ଟନାୟକ,ଶିକ୍ଷୟିତ୍ରୀ ସଙ୍ଗୀତା ପଣ୍ଡା, ରୋଜାଲିନ ପଣ୍ଡା, ରଞ୍ଜିତା ପଣ୍ଡା,ଶୁଭଲକ୍ଷ୍ମୀ ପଟ୍ଟନାୟକ,ଚନ୍ଦ୍ରାଣୀ ସାହୁ,ଭାଗ୍ୟଶ୍ରୀ ପୃଷ୍ଟି,ମନୋସ୍ବିନୀ ସାହୁ,ନିବେଦିତା ପ୍ରଧାନ,ସୁଜାତା ପଣ୍ଡା,ଟିକି ସାହୁ,ପ୍ରମୁଖ ଉପସ୍ଥିତ ଥିଲେ ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।