ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Jul 31, 2026 - 15:38
ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ ଏବଂ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଛି।

ଓଡ଼ିଶାର ବିଭିନ୍ନ ଜିଲାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ନୂଆ ରେଳ ଲାଇନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା, ପୂର୍ବରୁ ମଞ୍ଜୁର ହୋଇ ବିଭିନ୍ନ କାରଣରୁ ବିଳମ୍ବ ହେଉଥିବା ରେଳ ପ୍ରକଳ୍ପଗୁଡ଼ିକର ଜମି ଅଧିଗ୍ରହଣ ଏବଂ ବନ ବିଭାଗ ଅନୁମତି ସମ୍ବନ୍ଧୀୟ ସମସ୍ୟାର ସମାଧାନ, ‘ଅମୃତ ଭାରତ ଷ୍ଟେଶନ ଯୋଜନା’ ଅଧୀନରେ ଓଡ଼ିଶାର ପ୍ରମୁଖ ରେଳ ଷ୍ଟେଶନଗୁଡ଼ିକର ବିକାଶ ଏବଂ ଯାତ୍ରୀମାନଙ୍କ ପାଇଁ ଉନ୍ନତମାନର ସୁବିଧା ସୁଯୋଗ ସୃଷ୍ଟି, ଯେଉଁ ଅଞ୍ଚଳଗୁଡ଼ିକରେ ବର୍ତ୍ତମାନ ପର୍ଯ୍ୟନ୍ତ ରେଳ ସେବା ପହଞ୍ଚିପାରିନାହିଁ, ସେଠାରେ ରେଳ ସେବା ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଆଲୋଚନା ହୋଇଛି। କେନ୍ଦ୍ରମନ୍ତ୍ରୀ ମଧ୍ୟ ରାଜ୍ୟର ବିକାଶ ପାଇଁ ସବୁପ୍ରକାରର ସହଯୋଗ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।