ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ
କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ ଫୋରମର ସଭାପତି ଡ଼.ହେମ ସାଗର ସାହା ଭୁବନେଶ୍ୱରସ୍ଥିତ ଅବକାରୀ ସେକ୍ରେଟାରୀ ଆର.ଏସ.ଗୋପାଳନଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି।
କେସିଙ୍ଗା ଏନଏସିରୁ ବଲାଙ୍ଗିର ଜିଲା ଟିଟିଲାଗଡ଼ ମୁନିସିପାଲଟିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଅବସ୍ଥିତ ଓମ୍ ନଗର ଦେଇ ଏହି ରାସ୍ତା ସଂଯୋଗ ହୋଇଛି। ଏହା ପୂର୍ବରୁ ନିଶାନ୍ତ ବାର କେସିଙ୍ଗା ଜାତୀୟ ରାଜ ପଥ ୨୬ରୁ ଆରଏମସି ରାସ୍ତା ଦେଇ ତେଲ ନଦୀ କିଛି ଦୂରରେ ନିଶାନ୍ତ ବାର ଖୋଲା ଯାଇଛି। ସହରଠାରୁ ପ୍ରାୟ ଅଧା କିମି ଦୂରରେ ଏହି ନିଶାନ୍ତ ବାର ଥିବାରୁ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ହେଉଥିବାରୁ ଓଁମ ନଗରର ମୁଖ୍ୟ ରାସ୍ତାରେ ନିଶାନ୍ତ ବାର ଖୋଲିବାକୁ ବାର ପକ୍ଷରୁ ଉଦ୍ୟମ ଚାଲିଛି।
କିନ୍ତୁ ଏହି ରାସ୍ତା ଦେଇ ବଲାଙ୍ଗିର ଜିଲା ଟିଟିଲାଗଡ, ମହଦା, ଲୁଥୁରବନ୍ଧ ଗ୍ରାମର ଛାତ୍ରୀଛାତ୍ର, ବ୍ୟବସାୟୀ ଭଳି ଏନେକ ଲୋକଙ୍କ ଗମନାଗମନ ଦିନରାତି ଲାଗି ରହିଛି। ଏହି ମୁଖ୍ୟ ରାସ୍ତାରେ ନିଶାନ୍ତ ବାର ଖୋଲିଲେ ମଦୁଆଙ୍କ ପ୍ରାର୍ଦୁଭାବ ବଢିବା ସହ ଅସାମାଜିକଙ୍କ ବୃଦ୍ଧି ପାଇବା ଆଶଙ୍କାକୁ ନେଇ ସହରରେ ଥିବା ଅନେକ ସହରବାସୀ ସମେତ କାଉନସିଲର ଜିଲାପାଳ, କଳାହାଣ୍ଡି ଅବକାରୀ ଅଧୀକ୍ଷକଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଓଁମ ନଗରରେ ବସବାସ କରୁଥିବା ମହିଳା, ଯୁବତୀଯୁବକ, ପୁରୁଷ ପଥଚାରୀଙ୍କ ଅନେକ ଅସୁବିଧା ହେବାର ସମ୍ଭାବନା ରହୁଥିବାରୁ ସହରର ସିଟିଜେନ ଫୋରମ ପକ୍ଷରୁ ଓମ୍ ନଗରରେ ନିଶାନ୍ତ ବାର ନ ଖୋଲିବାକୁ ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଅବକାରୀ କମିଶନର ଏବଂ ପ୍ରଶାସନିକ ସ୍ତରରେ ବିଚାର କରି କ୍ୟାନସେଲ କରିବା ପାଇଁ ଉଦ୍ୟମ ଚାଲିଥିବା ଜଣାପଡିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।